Sunday, November 15, 2026
Home ଆଞ୍ଚଳିକ ଗ୍ରାମାଚଂଳରେ କରୋନା ସଂକ୍ରମଣ ଭୟାବହ, ସଚେତନ ଦ୍ୱାରା ସାହି ବିଶୋଧନ

ଗ୍ରାମାଚଂଳରେ କରୋନା ସଂକ୍ରମଣ ଭୟାବହ, ସଚେତନ ଦ୍ୱାରା ସାହି ବିଶୋଧନ

97

ଜଟଣୀ,୨୩/୫(ଜିଲ୍ଲା ଖବର) : ଖୋର୍ଦ୍ଧାଜିଲାରେ ସହରାଚଂଳ ଅପେକ୍ଷା ଗ୍ରାମାଚଂଳରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା ବୋଲି ସ୍ୱାସ୍ଥ୍ୟ ବିଭାଗ ସୁଚନାରୁ ପ୍ରାପ୍ତ ହୋଇଛି । ତେଣୁ ଏନେଇ ଗ୍ରାମାଚଂଳରେ ସଚେତନତାର ଘୋର ଅଭାବ ରହିଛି ବୋଲି ଆଶାଙ୍କା କରାଯାଉଛି । ତେଣୁ ପ୍ରଶାସନ ଏନେଇ ଗ୍ରାମାଚଂଳକୁ ଅଧିକ ଗୁରୁତ୍ୱ ଦେଇଛି । ଫଳରେ ଏନେଇ ସରପଚଂ,ଅଙ୍ଗନବାଡୀ କର୍ମି, ଆଶାକର୍ମି ଓ ଶିକ୍ଷକ ଇତ୍ୟାଦିଙ୍କ ସମେତ ତୃଣମୂଳସ୍ତରରେ ସରକାର ସମସ୍ତ ସରକାରୀ ଓ ବେସରକାରୀ କର୍ମଚାରୀମାନଙ୍କୁ କରୋନା କାଳମଧ୍ୟରେ ନିୟୋଜିତ କରିଛନ୍ତି । ହେଲେ ସେଥିରେ ମଧ୍ୟ ଅମାନିଆମାନେ ସଚେତନ ହେଉନାହାନ୍ତି । ଭୋଜିଭାତ,ଖେଳକୁଦ ଇତ୍ୟାଦି ଗ୍ରାମାଚଂଳରେ ବହୁଳ ପରିମାଣରେ ହେଉଥିବା ଅନେକ ଉଦାହରଣ ଦେଖାଦେଇଛି । ମାତ୍ର କରୋନାର ଦ୍ୱିତୀୟ ଲହର ଜଟଣୀ ଗ୍ରାମାଚଂଳରେ କେତେକ ଅମାନିଆମାନଙ୍କୁ ଭୟଭିତ କରିଦେଇଥିବା ବେଳେ ସଚେତନ ମଧ୍ୟ କରାଇଦେଇଛି । ତେଣୁ ସଚେତନ କେତେକ ବ୍ୟକ୍ତି ଗ୍ରାମବାସୀମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଦେବାକୁ ଏବେ ଅଂଟା ଭିଡିଥିବା ଦେଖିବାକୁ ମିଳିଛି । ଏହାର ଏକ ଉଦାହରଣ ଜଟଣୀବ୍ଲକ ହରିପୁର ପଚାଂୟତରେ ଦେଖିବାକୁ ମିଳିଛି । ଜଟଣୀବ୍ଲକ ଅନ୍ତର୍ଗତ ହରିପୁର ପଚାଂୟତ ଅଧିନସ୍ଥ ଅରଗୁଳ,ବରଅରା,ହରିପୁର,ଦେଉଳବସ୍ତ ଓ ପୋଡପଡା ପ୍ରଭୃତି ଗ୍ରାମରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସରକାରୀ ରିପୋର୍ଟନୁସାରେ ଗ୍ରାମାଚଂଳରେ କରୋନାର ସ୍ଥିତି ଭୟାବହ ହୋଇଗଲାଣି । ଏଥି ମଧ୍ୟରେ ଅନେକ ନିରୀହ ଜିବନ ମଧ୍ୟ କରୋନାରେ ଚାଲିଯାଇଛି । ତେଣୁ ଏନେଇ ଗ୍ରାମବାସୀମାନେ ଭୟଭିତ ହୋଇ ନିଜନିଜ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି । ନିଜ ମୋଟରସାଇକେଲ ସାହାଯ୍ୟରେ କରୋନା ସଚେତନତାର କାର୍ଟୁନ ଲଗାଇ ଗ୍ରାମାଚଂଳରେ ବୁଲି ଲୋକମାନଙ୍କୁ ସଚେତନତା କରିଛନ୍ତି । କେବଳ ଇଛାଶକ୍ତି ଏବଂ ସଚେତନତାର ଆବଶ୍ୟକତା ରହିଛି । ପ୍ରତ୍ୟେକ ଗ୍ରାମାଚଂଳରେ ସମସ୍ତ ବ୍ୟକ୍ତି ସଚେତନତା ହେବା ସହିତ ସରକାରଙ୍କ ନିର୍ଦ୍ଧେଶକୁ ମାନନ୍ତୁ । ଆମେ ଜିତିବା ଏବଂ କରୋନା ହାରିବ ।

ରିପୋର୍ଟ, ସଞ୍ଜୀବ କୁମାର