Home ଆଞ୍ଚଳିକ ପାଉଡ଼ି ଭୂୟାଁ ଜନଜାତି ରହୁଥିବା ଅଞ୍ଚଳରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଶାସନର ପଦକ୍ଷେପ

ପାଉଡ଼ି ଭୂୟାଁ ଜନଜାତି ରହୁଥିବା ଅଞ୍ଚଳରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଶାସନର ପଦକ୍ଷେପ

51

ସୁନ୍ଦରଗଡ଼,୨୨/୫(ଜିଲ୍ଲା ଖବର) : ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡ ଅଞ୍ଚଳରେ ବସବାସ କରୁଥିବା ପାଉଡ଼ି ଭୂୟାଁ ସଂପ୍ରଦାୟ ଲୋକଙ୍କ ଭିତରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସଂପୃକ୍ତ ଅଞ୍ଚଳରେ ଟେଷ୍ଟିଂ, ଆଇସୋଲେସନ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି।

ପାଉଡ଼ି ଭୂୟାଁ ସଂପ୍ରଦାୟର ଲୋକେ ରହୁଥିବା ଅଞ୍ଚଳରେ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୫ଟି ଗାଁରେ ଏହି ପରୀକ୍ଷା କରାଯାଇଛି। ପଲ୍ସ ଅକ୍ସିମିଟର ଏବଂ ଥର୍ମାଲ ସ୍କାନର ସାହାଯ୍ୟରେ ସଂପୃକ୍ତ ଅଞ୍ଚଳରେ ଲୋକମାନଙ୍କର ଅକ୍ସିଜେନ୍ ଓ ତାପମାତ୍ରା ସ୍ତର ରେକର୍ଡ କରାଯାଉଛି। ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ଘରକୁ ଘର ବୁଲି ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି।

କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖିବା ଲାଗି ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର (ଟିଏମସି) କରାଯାଇଛି। ଯଦି କୌଣସି ବ୍ୟକ୍ତିଙ୍କର ଅଧିକ ଚିକିତ୍ସା ଆବଶ୍ୟକ ପଡ଼େ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ନେବା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଛି।
ବିଶ୍ବରଂଜନ ହୋତା
ସୁନ୍ଦରଗଡ଼