
ଜଟଣୀ,୨୨/୫(ଜିଲ୍ଲା ଖବର) : ଭାରତର ତତକାଳିନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୩୦ତମ ତିରୋଧାନ ଦିବସ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ପୁର୍ବାହ୍ନରେ ପାଳିତ ହୋଇଯାଇଛି । ଖୋର୍ଦ୍ଧାଜିଲା କଂଗ୍ରେସ କମିଟି ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀଭାବେ ଯୋଗଦେଇ ସ୍ୱର୍ଗତ ରାଜୀବଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପାଲ୍ୟର୍ପଣ କରିଥିଲେ । ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ବିୟୋଗ ଭାରତବର୍ଷର ଏକ ଅପୁରଣୀୟ କ୍ଷତି ବୋଲି ଅତିଥୀମାନେ ଆୟୋଜିତ ସଭାରେ ମତବ୍ୟକ୍ତ କରିଥିଲେ । ସେହିପରି ଏହି ଅବସରରେ ଜଟଣୀ ହରିଭାଇନାଛକଠାରେ ସର୍ବସାଧାରଣରେ ମହାମାରୀ କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷୀତ ରଖିବାପାଇଁ ଘରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ ବୋଲି ନିବେଦନ କରିବା ସହିତ ସେମାନଙ୍କୁ ସାନିଟାଇଜର ଏବଂ ମାସ୍କ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଟଣୀ ପୈାରପରିଷଦର ପୁର୍ବତନ କାଉନସିଲର ଜଟାଧାରୀ ପ୍ରଧାନ, ଲୁସେନ ରାୟ, ନୈାସର ଅଲୀ, ବିର୍ଷ୍ଣୁ ସାହୁ, ମେଘୁ ପରିଜା, କଂଗ୍ରେସ କମିଟି ଟାଉନ ସଭାପତି ଅଶୋକ ମଙ୍ଗରାଜ,ବିଧାୟକ ରାଜନୈତିକ ସଚିବ କଳିଙ୍ଗ ସାହୁ, ବୃନ୍ଧାବନ ସାହୁ, ମାଧବ ପାଟଶାଣୀ, ଦିଲିପ ପ୍ରଧାନ, କାଳନ୍ଦି ଚରଣ ନାୟକ, ସୁଲୁ ରଥ, ସରପଚଂ ସୁନିଲ କୁମାର ରାଉତରାୟ, ଜୟସୂର୍ଯ୍ୟ ପଟନାୟକ, ସଂକେତ ପାଟଶାଣୀ, ତିଲୁ ଜେନା, ଅସରାର ୟୁସୁଫ, ଗଟେଶ୍ୱର ବେହେରା ଓ ରାକେଶ ଦାଶ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଜଟଣୀ ହରିଭାଇନାଛକଠାରେ ସର୍ବସାଧାରଣରେ ମହାମାରୀ କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷୀତ ରଖିବାପାଇଁ ଘରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ ବୋଲି ନିବେଦନ କରିବା ସହିତ ସେମାନଙ୍କୁ ସାନିଟାଇଜର ଏବଂ ମାସ୍କ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଟଣୀ ପୈାରପରିଷଦର ପୁର୍ବତନ କାଉନସିଲର ଜଟାଧାରୀ ପ୍ରଧାନ, ଲୁସେନ ରାୟ, ନୈାସର ଅଲୀ, ବିର୍ଷ୍ଣୁ ସାହୁ, ମେଘୁ ପରିଜା, କଂଗ୍ରେସ କମିଟି ଟାଉନ ସଭାପତି ଅଶୋକ ମଙ୍ଗରାଜ,ବିଧାୟକ ରାଜନୈତିକ ସଚିବ କଳିଙ୍ଗ ସାହୁ, ବୃନ୍ଧାବନ ସାହୁ, ମାଧବ ପାଟଶାଣୀ, ଦିଲିପ ପ୍ରଧାନ, କାଳନ୍ଦି ଚରଣ ନାୟକ, ସୁଲୁ ରଥ, ସରପଚଂ ସୁନିଲ କୁମାର ରାଉତରାୟ, ଜୟସୂର୍ଯ୍ୟ ପଟନାୟକ, ସଂକେତ ପାଟଶାଣୀ, ତିଲୁ ଜେନା, ଅସରାର ୟୁସୁଫ, ଗଟେଶ୍ୱର ବେହେରା ଓ ରାକେଶ ଦାଶ ପ୍ରମୁଖ ଯୋଗଦେଇଥିଲେ ।


