Friday, November 13, 2026
Home ଆଞ୍ଚଳିକ ରାୟଗଡ଼ା ଜିଲ୍ଲା ପୁର୍ବତନ ଜିଲ୍ଲା ବିଜେପି ସଭାପତି ଶ୍ରୀ ତପନ ତପାଦାରଙ୍କ ଦେହାନ୍ତ

ରାୟଗଡ଼ା ଜିଲ୍ଲା ପୁର୍ବତନ ଜିଲ୍ଲା ବିଜେପି ସଭାପତି ଶ୍ରୀ ତପନ ତପାଦାରଙ୍କ ଦେହାନ୍ତ

111

ବିଷମକଟକ,୨୨/୫(ଜିଲ୍ଲା ଖବର) : ଅତ୍ୟନ୍ତ କଷ୍ଟଦାୟକ ଓ ମର୍ମାହତ ଜଣେ ଶାନ୍ତ, ସରଳ, ସ୍ପଷ୍ଟବାଦୀ ଓ ସମାଜସେବି ଥିଲେ, ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟରୁ ଛାତ୍ର ସଂସଦ ସା ସମ୍ପାଦକ ନିର୍ବାଚିତ ହୋଇଥିଲେ, ରାଷ୍ଟ୍ରୀୟ ସୟଂ ସେବକ ସଂଘର ସଦସ୍ୟ ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଥିଲେ, ଜିଲ୍ଲା ପରିଷଦରେ 1997ରେ ଜେକେ ପୁର ଜିଲ୍ଲା ପରିଷଦରୁ ବିଜେପିରୁ ନିର୍ବାଚିତ ହୋଇ ଥିଲେ, ଜିଲ୍ଲାର ବହୁ ଗୁରୁତ୍ବ ପୂର୍ଣ୍ଣ ଦାୟୀତ୍ବରେ ରହିବା ସହିତ 2012ରେ ରାୟଗଡ ଜିଲ୍ଲା ସଭାପତି ଭାବରେ ନିର୍ବାଚିତ ହୋଇଥିଲେ, 2015ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ସର୍ବୋପରି ଦୃଢ ସଂଗଠକ ଭାବରେ ପରିଚିତ ବ୍ୟକ୍ତିତ୍ବକୁ ହରାଇଥିବାରୁ ବିଜେପି ଓ ରାୟଗଡ଼ା ଜିଲ୍ଲାର ଅପୂରଣୀୟ କ୍ଷତି । ଅମର ଆତ୍ମାର ଶ୍ରଦ୍ଧାଞ୍ଜଳି ସହ ତାଙ୍କ ପୁଅ, ଝିଅ, ଭାଉଜ, ଭଉଣୀ ଓ ଭାଇଙ୍କୁ ମାଁ ମଝୀଘରିୟାଣୀ ଧର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ । ଏହି ଦୁଃଖଦ ଘଟଣାକୁ ମାନନୀୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ (ସଂ), ମାନସ ମହାନ୍ତି, ଭୃଗୁ ବକ୍ସିପାତ୍ର, ରାଜ୍ୟ ଉପସଭାପତି, ଟଙ୍କଧର ତ୍ରିପାଠୀ ରାଜ୍ୟ ସମ୍ପାଦକ, ଅଶୋକ ମିଶ୍ର, ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ରାୟଗଡ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି, ରଜତ ମାଦଳା, ଶିବଶଙ୍କର ଉଲ୍ଲାକା,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବସନ୍ତ ଉଲ୍ଲାକା ସମେତ ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ଦେବାଶିଷ ପଣ୍ଡା, ନଗର ସଭାପତି ଶ୍ୟାମ ସୁନ୍ଦର ଦାସଙ୍କ ସହ କାଳିରାମ ମାଝୀ
ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ – ଜନଜାତି ମୋର୍ଚ୍ଚା ବହୁ କାର୍ଯ୍ୟକର୍ତା ଶୋକ ପ୍ରକାଶ କରିଛନ୍ତି ।