
ହିଞ୍ଜିଳିକାଟୁ,୨୨/୫(ଜିଲ୍ଲା ଖବର) : ଓଡିଶା ରେ କରୋନା ର ଦ୍ଵିତୀୟ ଲହର ଦିନକୁ ଦିନ ବଢୁଥିବା ବେଳେ ଲୋକମାନଙ୍କ କରୋନା କୁ ତିଳେ ମାତ୍ର ଭୟ ନାହିଁ।ସରକାର କରୋନା କୁ ନେଇ ପ୍ରଚାର ପ୍ରସାର କରୁଥିଲେ ମଧ୍ୟ ଲୋକମାନେ ମାନିବାକୁ ନାରାଜ ଗ୍ରାମରେ ସଂକ୍ରମଣ ବ୍ୟାପୁଥିବା ବେଳେ ଅମାନିଆ ଭୋଜି ଭାତ କରିବା ସହ ବିବାହ ଶୋଭାଯାତ୍ରା କରି ବରକୁ ଘୋଡ଼ା ରେ ବୁଲାଉଛନ୍ତି।ଏଭଳି କିଛି ଘଟଣା ଦେଖାଦେଇଛି ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଦୁର୍ବନ୍ଧ ପଞ୍ଚାୟତ ଗୋଦାରାପଲ୍ଲୀ ଗ୍ରାମରେ। ଗତକାଲି ରାତିରେ ବିବାହ ଶୋଭାଯାତ୍ରା ର ଖବର ପାଇଁ ଆଜି ଭୋରରୁ ପ୍ରଶାସନିକ ଅଧିକାରୀ ବିଡ଼ିଓ ସୁବ୍ରତ କୁମାର ଜେନା ତହସିଲଦାର ପ୍ରଭାତ କୁମାର ପରିଡା ଆଇ ଆଇ ସି ଅଭିମନ୍ୟୁ ଦାଶ ଓ ଷ୍ଟାଫ ସାମିଲ ଥିଲେ । କୋଭିଡ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗ ରେ ତହସିଲଦାର ପ୍ରଭାତ କୁମାର ପରିଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ତହସିଲଦାର ଙ୍କ ଅଭିଯୋଗ କ୍ରମେ ଥାନା କେସ ନମ୍ବର୍୨୫୪/୨୧ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଦୁଇ ଭାଇ କେ ବସନ୍ତ କେ ସୁଶାନ୍ତ ଓ ବାପା କେ ରାମମୂର୍ତି କୁ ଥାନା କୁ ଆଣି ପଚରା ଉଚରା କରୁଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାଶ ସୂଚନା ଦେଇଛନ୍ତି
ହିଂଜିଳି କାଟୁ ରଜନୀକାନ୍ତ ପାତ୍ର


