
ହିଞ୍ଜିଳିକାଟୁ,୨୨/୫(ଜିଲ୍ଲା ଖବର) : ମହାମାରୀ କରୋନା ତାର ପ୍ରବାହ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିବାରେ ଲାଗିଛି, ସରକାର ଓ ପ୍ରଶାସନ ବାର ମ୍ବାର ଲୋକଙ୍କୁ ସଚେତନ କରାଉଥିଲେ ମଧ୍ୟ କିଛି ଅମାନିଆ ଏହା କୁ ଅବମାନନା କରି ବିବାହ ଭୋଜି ର ଆୟୋଜନ କରିବାରେ ଲାଗିଛନ୍ତି, ପ୍ରଶାସନଙ୍କ ନିୟମ ଅନୁସାରେ ପ୍ରତ୍ୟେକ ବିବାହ କାର୍ଯ୍ୟକ୍ରମ ରେ 25 ଜଣଙ୍କ ଠୁ ଅଧିକ ବ୍ୟକ୍ତି ଯୋଗ ଦେଇ ପାରିବେ ନାହିଁ କିନ୍ତୁ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବଡ଼ଖଣ୍ଡି ଗ୍ରାମ ବାଲିସାହି ର ବାସିନ୍ଦା ଶ୍ରୀ ବି. ଗଣପତି 800 ଲୋକଙ୍କ ପାଇଁ ଭୋଜି ର ଆୟୋଜନ କରିଥିବାର ଖବର ଜଣା ପଡିବା ପରେ ହିଞ୍ଜିଳି ର ଥାନା ଅଧିକାରୀ, ହିଞ୍ଜିଳି ତହସିଲଦାର ଓ ହିଞ୍ଜିଳି ବି ଡି ଓ ମିଳିତ ଭାବେ ଚଢ଼ାଉ କରି ସାରା ଭୋଜି ସାମଗ୍ରୀ ସହିତ ପିତା ଙ୍କୁ ଥାନା ରେ ଅଟକ ରଖି ସୂଚନା ମିଳିଛି
ହିଂଜିଳି କାଟୁ ରଜନୀକାନ୍ତ ପାତ୍ର


