
କୁକୁଡାଖଣ୍ଡି,୧୨/୮(ଇ ରଞ୍ଜନ) : ଅଂକୁଶପୁର ସ୍ଥିତ କବିରାଜ ଅନନ୍ତତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଆଶୁତୋଷ କର ଓ ବର୍ତମାନର ସଭାପତି ଥାବିରାମ ମାଝୀ ବ୍ରହ୍ମପୁର ନବ ନିର୍ବାଚିତ ସାଂସଦଙ୍କୁ ଭେଟି ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା କରିବା ସହ ମହାବିଦ୍ୟାଳୟର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ସାଂସଦ ଚନ୍ଦ୍ର ଶେଖର ସାହୁ ମହାବିଦ୍ୟାଳୟର ଅବସ୍ଥା ବିଷୟରେ ପଚାରି ବୁଝିବା ସହ ସମସ୍ତ ସମସ୍ୟାକୁ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପୂର୍ବରୁ ଥିବା ଜଳ ସଂକଟ ବିଷୟରେ ପଚାରିବୁଝିବା ସହ ମହାବିଦ୍ୟାଳୟରେ ପାଠ ପଢା କିପରି ଚାଲିଛି ଓ ଛାତ୍ରଛାତ୍ରୀଙ୍କର କୌଣସି ଅସୁବିଧା ସମୁଖିନ ହେଉଛନ୍ତି କି ନାହିଁ ସେ ବିଷୟରେ ଗୁରୁତ୍ଵ ଦେଇଥିଲେ ।



