
୨୨/୦୫/୨୧ (ଜିଲ୍ଲା ଖବର) : ପଶ୍ଚିମବଙ୍ଗରେ ହିଂସା ଥମିବାକୁ ନା ଧରୁନଥିବାବେଳେ ପ୍ରତିଦିନ ସାମନାକୁ ଆସୁଛି ନୂଆ ନୂଆ ଘଟଣା । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରଗୃହମନ୍ତ୍ରଣାଳୟ ନନ୍ଦିଗ୍ରାମ ବିଧାନସଭା ଆସନରେ ଦିଦିଙ୍କୁ ମାତ ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ବାପା ଓ ଭାଇଙ୍କ ସୁରକ୍ଷା ବଢାଇଦେଇଛନ୍ତି ।
ଏନେଇ ଲୋକସଭା ସାଂସଦ ଶିଶିର କୁମାର ଅଧିକାରୀ ଓ ଦିବ୍ୟେନ୍ଦୁ ଅଧିକାରୀଙ୍କୁ ପଶ୍ଚିମବଙ୍ଗରେ Y+ ସିକ୍ୟୁରିଟି ଦେବାକୁ ନିଷ୍ପତି ନେଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ପଶ୍ଚିମବଙ୍ଗରେ ସେମାନେ ଯେଉଁଠିକୁ ବି ଗସ୍ତ କରିବେ ତାଙ୍କୁ ସିଆରପିଏଫ ସୁରକ୍ଷା ଦେବ । ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଏକ ଅର୍ଡର ପାସ ହୋଇଛି । ଶିଶିର କୁମାର ଅଧିକାରୀ ହେଉଛନ୍ତି ଶୁଭେନ୍ଦୁ ଅଧିକାରୀଙ୍କ ବାପା । ସେହିପରି ଦିବ୍ୟେନ୍ଦୁ ହେଉଛନ୍ତି ତାଙ୍କ ଭାଇ ।


