Monday, November 16, 2026
Home ଆଞ୍ଚଳିକ ଗାଁରେ କରୋନା ବିପଦକୁ ନେଇ ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଗାଁରେ କରୋନା ବିପଦକୁ ନେଇ ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

11

ଭୁବନେଶ୍ୱର, ୨୨/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ କମୁଛି କରୋନା । ଟେଷ୍ଟିଂ ବଢ଼ୁଛି ସେହି ଅନୁପାତରେ କମୁଛି ପଜିଟିଭ ହାର ।  ପୂର୍ବରୁ ଯାହା 25 ପ୍ରତିଶତ ଥିଲା ତାହା ଏବେ 18 ପ୍ରତିଶତରେ ପହଞ୍ଚିଲାଣି । ଏହି ଟ୍ରେଣ୍ଡକୁ ଦେଖିଲେ ମେ’ ମାସ ଶେଷ ସୁଦ୍ଧା କରୋନା ସଂକ୍ରମଣ କମିବାର ଆଶଙ୍କା ଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ସେପଟେ ଗାଁରେ କରୋନା ବିପଦକୁ ନେଇ ସେ ସତର୍କ କରାଇଛନ୍ତି । ଗାଁରେ ଲୋକମାନେ ଥଣ୍ଡା,କାଶ ହେଲେ  ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ ଖାଉଛନ୍ତି । ସେମାନେ ଏଭଳି ଭୁଲ ନ କରିବାକୁ ଅନୁରୋଧ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ତେବେ ସବୁ ଔଷଧ ଦୋକାନରେ ମଧ୍ୟ ବିନା ପ୍ରେସକ୍ରିପସନରେ  ଔଷଧ ନ ଦେବା ଉଚିତ ।

 ଏବେ ବିଭିନ୍ନ ରାଜ୍ୟରେ ଛୋଟ ପିଲାଙ୍କୁ ଅଧିକ କରୋନା ସଂକ୍ରମଣ ହେଉଛି । ଏଥିପାଇଁ ଘରର ମୁଖ୍ୟଙ୍କୁ ଅଧିକ ସଚେତନ ହେବାକୁ ପଡିବ । କାରଣ ଛୋଟ ପିଲାମାନେ ଘର ବାହାରକୁ  ଯାଆନ୍ତି ନାହିଁ । ସେଥିପାଇଁ ଘରର ସବୁ ଲୋକ ଯଥାଶୀଘ୍ର ଟିକା ନେଇଯାଆନ୍ତୁ । ଏହାସହ ଯଦି ଘରର ଅନ୍ୟ ଲୋକ ସଚେତନ ହେବେ ତାହାଲେ ଛୋଟ ପିଲାଙ୍କ ସଂକ୍ରମଣ ହେବାର ଆଶଙ୍କା କମିଯିବ ।