
ନୂଆଦିଲ୍ଲୀ, ୨୨/୦୫/୨୧ (ଜିଲ୍ଲା ଖବର) : ମନୋରଞ୍ଜନ ଦୁନିଆଁରୁ ପୁଣି ଆସିଛି ଆଉ ଏକ ଦୁଃଖଦ ଖବର । ଜଣାଶୁଣା ସଙ୍ଗୀତକାର ବିଜୟ ପାଟିଲ ଯିଏକି ରାମଲକ୍ଷ୍ମଣ ନାଁରେ ଇଣ୍ଡଷ୍ଟ୍ରିରେ ବେଶ ଜଣାଶୁଣା ଥିଲେ , ଆଜି ତାଙ୍କର ଦେହାନ୍ତ ହୋଇଛି । ବିଜୟ ପାଟିଲ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଆଜି ସକାଳେ ନାଗପୁର ରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ପ୍ରକାଶ ଥାଉକି, ସଙ୍ଗୀତକାର ବିଜୟ ପାଟିଲ ତାଙ୍କ ପିତା ଏବଂ ଚାଚାଙ୍କ ଠାରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ । ପାଖାପାଖି ୧୫୦ ଫିଲ୍ମରେ ସଙ୍ଗୀତ ଦେଇଛନ୍ତି ସେ । ଯେଉଁଥିରେ ହିନ୍ଦୀ ବ୍ୟତୀତ ମରାଠୀ ଏବଂ ଭୋଜପୁରୀ ଫିଲ୍ମ ମଧ୍ୟ ସାମିଲ ରହିଛି ।
ଅନେକ ସୁପରହିଟ ଫିଲ୍ମରେ ସେ ସଙ୍ଗୀତ ଦେଇଛନ୍ତି । ଫିଲ୍ମ’ମେନେ ପ୍ୟାର କିୟା’, ‘ହମ୍ ଆପକେ ହେ କୋନ୍’, ‘ହମ୍ ସାଥ୍ ସାଥ୍ ହେ’, ‘ ଭଳି ଅନେକ ସୁପରହିଟ ଫିଲ୍ମରେ ସେ ସଙ୍ଗୀତ ଦେଇଛନ୍ତି । ତାଙ୍କର ସମସ୍ତ ଗୀତ ସବୁବେଳେ ଦର୍ଶକଙ୍କ ହୃଦୟକୁ ଛୁଇଁଥାଏ ।




