Tuesday, October 20, 2026
Home ଆଞ୍ଚଳିକ ରଥ ଖଳାରେ କେତେ ବାଟ ଚାଲିଛି ରଥ ନିର୍ମାଣ ?

ରଥ ଖଳାରେ କେତେ ବାଟ ଚାଲିଛି ରଥ ନିର୍ମାଣ ?

15

ପୁରୀ, ୨୨/୦୫/୨୧ (ଜିଲ୍ଲା ଖବର) : ତିନି ରଥର ମୋଟ ୪୨ଟି ତୁମ୍ବ ମଧ୍ୟରୁ ୩୯ଟି ତୁମ୍ବର ପ୍ରାଥମିକ ଗୋଲେଇ କାର୍ଯ୍ୟ ଶେଷ ହୋଇଛି । ଉକ୍ତ ୩୯ ଗୋଟି ତୁମ୍ବରେ ସୁତାରି ମହାରଣାଙ୍କ ଦ୍ୱାରା ସୁତା ଵାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ତୁମ୍ବ ବିନ୍ଧ ପାଇଁ ପ୍ରତି ରଥର ଦୁଇଟି ଲେଖାଁଏ ତୁମ୍ବର ଘେର କଟା କାର୍ଯ୍ୟ କରତି ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଛି ।

ତାଳଧ୍ଵଜ ରଥର ମୋଟ ୧୪ ତୁମ୍ବ ମଧ୍ୟରୁ ୧୧ ଟି ତୁମ୍ବର ପ୍ରାଥମିକ ଗୋଲେଇ କାର୍ଯ୍ୟ ଶେଷ ହୋଇ, ତୁମ୍ବ ଗୁଡିକରେ ସୁତା ଵାଡ଼ିଆ କାର୍ଯ୍ୟ ସୁତାରି ମହାରଣାଙ୍କ ଦ୍ଵାରା ଶେଷ ହୋଇଛି। ଏହାପରେ ମାପ ଅନୁଯାଇ କରତି ସେବକମାନେ ବଳକା ଅଂଶ କାଟି ବା ଘେର କାଟି ତୁମ୍ବ ବିନ୍ଧ ପାଇଁ ଯୋଗାଇବେ।

ଦେବଦଳନ ରଥର ମୋଟ ୧୨ଟି ତୁମ୍ବର ପ୍ରାଥମିକ ଗୋଲେଇ କାର୍ଯ୍ୟ ଶେଷ ପରେ ସମସ୍ତ ତୁମ୍ବ ଗୁଡିକରେ ସୁତା ଵାଡ଼ିଆ କାର୍ଯ୍ୟ ଶେଷ ହୋଇ ,ଦୁଇଟି ତୁମ୍ବର ଘେର କଟା କାର୍ଯ୍ୟ କରତି ସେବକଙ୍କ ଦ୍ୱାରା ଶେଷ ହୋଇଛି ।

ନନ୍ଦିଘୋଷ ରଥର ମୋଟ ୧୬ ତୁମ୍ବର ପ୍ରାରମ୍ଭିକ ଗୋକେଇ କାର୍ଯ୍ୟ ଶେଷ ହୋଇ ସମସ୍ତ ତୁମ୍ବରେ ସୁତାରି ମହାରଣାଙ୍କ ଦ୍ୱାରା ସୁତା ଵାଡ଼ିଆ କାର୍ଯ୍ୟ ଶେଷ ହୋଇଛି ।  ତୁମ୍ବ ବିନ୍ଧ ପାଇଁ ଦୁଇଟି ତୁମ୍ବର ଘେର କାଟି କରତି ସେବକ ଯୋଗାଇଛନ୍ତି ।

ଦୋଳ ବେଦିସ୍ଥ ଅସ୍ଥାୟୀ କମାର ଶାଳରେ ତିନି ରଥ ପାଇଁ ଓଝା ସେବକ ମାନେ ଆଜି ଦୁଇ ହଳ ଲେଖାଁଏ ପନ୍ଦାରି ନିର୍ମାଣ କରିଛନ୍ତି।