
ନୂଆଦିଲ୍ଲୀ, ୨୨/୦୫/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ସାହିଦ୍ କପୁରଙ୍କ ପତ୍ନୀ ମୀରା ରାଜପୁତ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରୁହନ୍ତି । ମୀରା ସବୁବେଳେ ତାଙ୍କ ଫିଟନେସକୁ ନେଇ ବେଶ ସଜାଗ ରୁହନ୍ତି । ଏଥିପାଇଁ ସେ ବେଶ ପରିଶ୍ରମ ମଧ୍ୟ କରନ୍ତି । ଏବେ କରୋନା କାରଣରୁ ସବୁଆଡେ ଜିମ୍ ସେଣ୍ଟର ସବୁ ବନ୍ଦ ରହିଛି । ତେବେ ଜିମ୍ ସେଣ୍ଟର ବନ୍ଦକୁ ଖାତିର ନକରି, ମୀରା ରାଜପୁତ୍ ଘରେ ନିଜର ଓ୍ବାର୍କଆଉଟ ଜାରି ରଖିଛନ୍ତି । ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଲାଟେଷ୍ଟ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ମୀରା ତାଙ୍କ ବଗିଚାକୁ ତାଙ୍କର ଜିମ୍ ବନେଇଥିବା ନଜର ଆସୁଛି । ବଗିଚାରେ ସେ ନିଜର ଓ୍ବାର୍କଆଉଟ କରୁଥିବା ନଜର ଆସୁଛନ୍ତି । ସେ ଗଛରେ ଝୁଲୁଥିବା ଦେଖିବାକୁ ମିଳୁଛି । ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି ଯେ, ‘କିଛି ନୂଆ ଟ୍ରାଏ କରୁଛି ,ନୋ ଏକ୍ସକ୍ୟୁଜ୍’ । ତାଙ୍କର ଏହି ଭିଡିଓକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ସହିତ, ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।



