Monday, November 16, 2026
Home ଆଞ୍ଚଳିକ ଭୟାନକ ରୂପ ନେବ ସମୁଦ୍ର, ୧୬୦ କିଲୋମିଟରକୁ ଟପିପାରେ ପବନର ବେଗ

ଭୟାନକ ରୂପ ନେବ ସମୁଦ୍ର, ୧୬୦ କିଲୋମିଟରକୁ ଟପିପାରେ ପବନର ବେଗ

41

ଭୁବନେଶ୍ୱର,୨୨/୦୫/୨୧ (ଜିଲ୍ଲା ଖବର) : ଆସୁଛି ବାତ୍ୟା ୟାଶ । ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଅତି ଭୀଷଣ ରୂପ ନେବ । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ୧୬୦ କିଲୋମିଟରକୁ ଟପିପାରେ ପବନର ବେଗ । ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଧରି ମାଡ଼ି ଆସିବ ବାତ୍ୟା ।  ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୨୬ ତାରିଖରେ ମାଡ଼ ହୋଇପାରେ । ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପରେ ପରିଣତ ହେବ ।

୨୪ ତାରିଖ ସୁଦ୍ଧା  ଘନୀଭୂତ ହୋଇ ବାତ୍ୟା ‘ୟାଶ୍’ ରୂପ ନେବ । ଭେରି ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ନେଲେ ପବନର ବେଗ ୧୧୮ରୁ ୧୬୬ କିଲୋମିଟର ଯାଏ ରହିବ । ଭୟାନକ ରୂପ ନେବ ସମୁଦ୍ର। ବାତ୍ୟାର କେନ୍ଦ୍ର ସ୍ଥଳରେ ୧୪ ମିଟର ଯାଏ ଉଠିପାରେ ଢେଉ ।  ଭଦ୍ରକଠାରୁ ମେଦିନିପୁର ମଝିରେ ଏହା ସ୍ଥଳଭାଗରେ ମାଡ଼ ହେବା ସମ୍ଭାବନା ଅଛି । ଏହାର ମଝିରେ ରହୁଛି ବାଲେଶ୍ୱର । ସମ୍ଭବତଃ ବାତ୍ୟା କେନ୍ଦ୍ରାପଡ଼ା ଓ ଭଦ୍ରକରେ ଘଷି ହୋଇ ବାଲେଶ୍ୱର ପାଖରେ ପହଞ୍ଚିବ ।