Sunday, November 15, 2026
Home ଆଞ୍ଚଳିକ ଆରପାରିରେ ଫିଲ୍ମ ପ୍ରଡ୍ୟୁସର ବିଏ ରାଜୁ

ଆରପାରିରେ ଫିଲ୍ମ ପ୍ରଡ୍ୟୁସର ବିଏ ରାଜୁ

19

ନୂଆଦିଲ୍ଲୀ , ୨୨/୦୫/୨୧ (ଜିଲ୍ଲା ଖବର) : ପୁଣି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖଦ ଖବର । ଆଉ ଏ ଦୁନିଆଁରେ ନାହାଁନ୍ତି ବରିଷ୍ଠ ପତ୍ରକାର ତଥା ଫିଲ୍ମ ପ୍ରଡ୍ୟୁସର  ବିଏ ରାଜୁ । ୨୨ ମଇ , ମାନେ ଆଜି ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ହାଇଦ୍ରାବାଦର ଏକ ହସ୍ପିଟାଲରେ  ଆଜି ସକାଳେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ଖବର ଶୁଣିବା ପରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଶୋକର ଲହରୀ ଖେଳି ଯାଇଛି ।

ପ୍ରକାଶ ଥାଉକି, ତାଙ୍କର ଦୁଇଜଣ ସନ୍ତାନ ଅଛନ୍ତି । ଦୁଇ ବର୍ଷ ପୂର୍ବେ ତାଙ୍କ ପତ୍ନୀ ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ତାଙ୍କ ପତ୍ନୀ ବି ଜୟା ମଧ୍ୟ ଜଣେ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଥିଲେ ।