Home ଅପରାଧ ୩୨୦୦ ବୋତଲ ଦେଶୀ ମଦ ଜବତ, ଜଣେ ଗିରଫ

୩୨୦୦ ବୋତଲ ଦେଶୀ ମଦ ଜବତ, ଜଣେ ଗିରଫ

10

ନବରଙ୍ଗପୁର,୨୨/୦୫/୨୧ (ଜିଲ୍ଲା ଖବର) :  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ୩୨୦୦ ବୋତଲ ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନାଅନୁଯାଇ କୋଷାଗୁମୁଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଦାଡ଼ିଆ ମାଝୀଗୁଡା ଗ୍ରାମରେ ଚଢାଉ କରି ୩୨୦୦ ବୋତଲରେ ପ୍ରାୟ ୧୧୮୦ ଲିଟର ଦେଶୀ ମଦ କୁ ଜବତ କରାଯାଇଛି । ଲକଡାଉନର ସୁଯୋଗ ନେଇ ଚୋରାରେ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲା ବୋଲି ସୂଚନା ମିଳିଛି ।

ଏହି କାରବାର କରୁଥିବା ଅଶୋକ ଗୁପ୍ତାକୁ କୋଷାଗୁମୁଡା ପୋଲିସ ଗିରଫ କରି ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି । କୋଷାଗୁମୁଡା ଥାନା ଅଞ୍ଚଳରେ ଏଭଳି ବହୁଳ ଭାବରେ ଚୋରା ମଦ କାରବାର ହେଉଛି । ପ୍ରତିଦିନ ଗାଁ ଗାଁ କୁ ଦେଶୀ , ବିଦେଶୀ ମଦ ଚାଲାଣ ହେଉଥିବା ଅଭିଯୋଗ ମଧ୍ୟ ହେଉଛି । କିଛି ବାହାରୁ ବି ମଦ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ପୋଲିସର ଏଭଳି ବାରମ୍ବାର ଚଢାଉରେ ମଦ ମାଫିଆମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଇଛି ।