Monday, October 19, 2026
Home ଆଞ୍ଚଳିକ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗ୍ରାମବାସୀ, ଗାଁରେ ଶୋକାକୂଳ ପରିବେଶ

କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗ୍ରାମବାସୀ, ଗାଁରେ ଶୋକାକୂଳ ପରିବେଶ

13

ଭଦ୍ରକ, ୨୨/୦୫/୨୧ (ଜିଲ୍ଲା ଖବର) : ଆରବସାଗରରେ ଜାହାଜ ବୁଡ଼ି ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟଣା।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଓଡ଼ିଶାରେ ପହଁଚିଲା ମୃତଦେହ। ବାତ୍ୟା ତାଉତେ ପ୍ରଭାବର ମୁମ୍ବାଇ ଠାରୁ ୬୫  କି.ମି ଦୂରରେ ଆରବସାଗରରେ ପଣ୍ୟବାହୀ ଜାହାଜ  ପି-୩୦୫ ବୁଡ଼ି ଘଟଣାରେ ମାସୁ ଆସୋସିଏଟ ସଂସ୍ଥାରେ ସୁପରଭାଇଜର ଭାବେ କାର୍ଯ୍ୟରତ ଓଡ଼ିଆ ଯୁବକ ଗୋଲେକ ସାହୁଙ୍କର ମୃତ୍ୟୁ ହୋଇଥିଲା।

ଗୋଲକଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ କିସ୍ମତ ଗାଁରେ । ତାଙ୍କ ପରିବାର ଲୋକେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିବା ପରେ କେନ୍ଦ୍ରମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ମୃତଦେହକୁ ଓଡ଼ିଶା ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ। ସେପଟେ ଗତକାଲି ବିଳମ୍ବିତ ରାତିରେ ଗୋଲକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।