Sunday, November 15, 2026
Home ଆଞ୍ଚଳିକ ପିଏମ କେୟାରରେ ଓଡିଶାକୁ ଆସିଥିବା ଭେଣ୍ଟିଲେଟରକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଗୋଲକ ମହାପାତ୍ର

ପିଏମ କେୟାରରେ ଓଡିଶାକୁ ଆସିଥିବା ଭେଣ୍ଟିଲେଟରକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଗୋଲକ ମହାପାତ୍ର

9

ଭୁବନେଶ୍ଵର,୨୨/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ମେଡିକାଲରୁ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ବିଭିନ୍ନ ସ୍ଥାନରେ ଭେଣ୍ଟିଲେଟର ସମସ୍ୟା ଦେଖାଯାଉଛି। ଏହାକୁ ନେଇ ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ଟ୍ଵିଟ କରି ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ହିସାବରେ ରାଜ୍ୟରେ ସରକାରୀ ଓ ଘରୋଇ କୋଭିଡ ହସ୍ପିଟାଲରେ 221ଟି ଭେଣ୍ଟିଲେଟର ବ୍ୟବସ୍ଥା ଅଛି। ତା ହେଲେ ପ୍ରଶ୍ନଉଠୁଛି ପିଏମ କେୟାରରେ ଓଡିଶାକୁ ଆସିଥିବା 567 ଭେଣ୍ଟିଲେଟର କୁଆଡେ ଗଲା ତାର ଉତ୍ତର ଦେବେ କି ରାଜ୍ୟ ସରକାର?