Friday, October 16, 2026
Home ଆଞ୍ଚଳିକ 150 ଶଯ୍ୟାର କୋଭିଡ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

150 ଶଯ୍ୟାର କୋଭିଡ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

9

ପୁରୀ, ୨୨/୦୫/୨୧ (ଜିଲ୍ଲା ଖବର) : ପୁରୀ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ କୋଭିଡ୍ ହସ୍ପିଟାଲକୁ ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ 150 ଶଯ୍ୟାର କୋଭିଡ ହସ୍ପିଟାଲ ଉଦଘାଟନ କରିଛନ୍ତି।

ପୁରୀ ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଓ ପିପିପି ମୋଡ଼ରେ ଏହି କୋଭିଡ ହସ୍ପିଟାଲ ନିର୍ମାଣ ହୋଇଛି । ବାଲିଗୁଆଳିରେ ନିର୍ମାଣ ହୋଇଥିବା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲରେ ପ୍ରତି ବେଡ଼କୁ ଅକ୍ସିଜେନ ପାଇପଲାଇନ ସଂଯୋଗ କରାଯାଇଛି। ଏହି ସ୍ବତନ୍ତ୍ର କୋଭିଡ ହସ୍ପିଟାଲରେ ୨୦ଟି ଆଇସିୟୁ, ୪୦ଟି ଏଚଡ଼ିୟୁ ଓ ୯୦ଟି ଜେନେରାଲ ବେଡ଼ ରହିଛି।