ପୁଣି ଫ୍ଲପ୍ ହେଲା ଆମ୍ବୁଲାନ୍ସ ସେବା, ବାଇକରେ ବୁହା ହେଲା ମୃତ ଶରୀର

23

ମାଲକାନଗିରି,୨୨/୦୫/୨୧ (ଜିଲ୍ଲା ଖବର) : ରାଜ୍ୟ ସରକାର ଆମ୍ବୁଲାନ୍ସ ସେବା ନେଇ ଚାରିଆଡେ ନିଜର ପ୍ରଚାର କରୁଥିଲେ ସୁଦ୍ଧା ଏହି ସେବା ବାରମ୍ବାର ଫ୍ଲପ ହେଉଛି। ଦିନକୁ ଦିନ ଏହାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଏହାର ଏକ ବିକଟାଳ ଦୃଶ୍ୟ ମାଲକାନଗିରି ଜିଲ୍ଲା ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। ବାଇକରେ ମୃତ ଶରୀର ବୁହା ହୋଇଛି । ଖଇରପୁଟ ବ୍ଲକ କଦମଗୁଡା ଗାଁର ବଣ୍ଡା ଜନଜାତିର ଶୁକ୍ରା, ନିଜ ଚାହା ଦୋକାନରେ କାମ କରୁଥିବା ସମୟରେ ହଠାତ ଛାତି ଯନ୍ତ୍ରଣାରେ ଅନୁଭବ କରି ଛଟପଟ ହୋଇ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଶବ ନେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କତ୍ତୃପକ୍ଷଙ୍କୁ ଗୁହାରି କରିଥିଲେ କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଯଦ୍ଵାରା ପରିବାର ଲୋକେ ବାଧ୍ୟ ହୋଇ ମୃତ ଶରୀରକୁ ବାଇକ ଯୋଗେ ଗାଁକୁ ନେଇଥିଲେ। ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।