Home ଆଞ୍ଚଳିକ ଆଜି ଲଘୁଚାପର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ

ଆଜି ଲଘୁଚାପର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ

10

 ଭୁବନେଶ୍ୱର, ୨୨/୦୫/୨୧ (ଜିଲ୍ଲା ଖବର) : ଆସୁଛି ବାତ୍ୟା ୟାଶ୍ । ୨୬ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳରୁ ସୁନ୍ଦରବନ ଓ ବାଂଲାଦେଶ ମଧ୍ୟରେ ଛୁଇଁବ ସ୍ଥଳ ଭାଗ । ତେବେ କେଉଁଠି କରିବ ଲ୍ୟାଣ୍ଡଫଲ୍ ? ପାଣିପାଗ ବିଭାଗର ପ୍ରାକ୍ ଆକଳନ ଉତ୍ତର ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳ ଠାରୁ ସୁନ୍ଦରବନ ଓ ବାଂଲାଦେଶ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ।

ଆଇଏମଡିର ଆକଳନ ଆଜି ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ୨୩ ତାରିଖରେ ଅବପାତରେ ପରିଣତ ହୋଇ ୨୪ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ । ପ୍ରଭାବରେ ଉପକୂଳ ଓଡ଼ିଶାରେ ପବନ ବହିବ । ଧୀରେ ଧୀରେ ପବନର ବେଗ ବଢିବ । ୨୫ ତାରିଖରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଓ ଏନଡିଏମଏ ସହ ବୈଠକ କରିଛନ୍ତି ଏସ୍ଆରସି । ଏପଟେ ଏନଡିଏମ ସବୁ ରାଜ୍ୟକୁ ପ୍ରସ୍ତୁତି ରହିବା ପାଇଁ କୁହାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ଜିଲ୍ଲାପାଳ ମାନେ ଚିହ୍ନଟ କରିବା ସହ ଶୁଖିଲା ଖାଦ୍ୟ ପ୍ରସ୍ତୁତ ରଖାଯାଇଛି । ଓଡ୍ରାଫ, ଏନଡିଆରଏଫ ଓ ଫାୟାର ସର୍ଭିସକୁ ପଠାଯାଇଛି । ସ୍ଥାନାନ୍ତରଣ ପକ୍ରିୟାକୁ ସଠିକ ସମୟରେ କରିବା, କୌଣସି ଲୋକ ଯେଭଳି କଚ୍ଚା ଘରେ ରହିବେ ନାହିଁ ସେଥିପାଇଁ ପଦକ୍ଷେପ ନିଆଯାଇଛି ।

ବିଭିନ୍ନ ବିଭାଗ ସହ ଆଲୋଚନା କରି ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଏସ୍ଆରସି । ସେପଟେ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ୨୩ ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବାକୁ କୁହାଯାଇଛି ।