
ନୂଆଦିଲ୍ଲୀ, ୨୨/୦୫/୨୧ (ଜିଲ୍ଲା ଖବର) : ଲିକ ହେଲା ଏୟାର ଇଣ୍ଡିଆର ଗ୍ରାହାକଙ୍କ ଡାଟା । ଜାତୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ଡାଟା ଲିକର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଭାରତ ତଥା ବିଦେଶରୁ ଏୟାର ଇଣ୍ଡିଆର 45 ଲକ୍ଷ ପାସେଞ୍ଜର ତଥା ଗ୍ରାହକଙ୍କ ଡାଟା ଲିକ ନେଇ ସୂଚନା । ଏୟାର ଇଣ୍ଡିଆ କହିଛି ଯେ 26 ଅଗଷ୍ଟ 2011 ରୁ 3 ଫେବୃଆରୀ 2021 ମଧ୍ୟରେ ଯାତ୍ରୀଙ୍କ ତଥ୍ୟ ଲିକ୍ ହୋଇଛି।
ଏଥିରେ ଜନ୍ମ ତାରିଖ, ନାମ, ଯୋଗାଯୋଗ, ପାସପୋର୍ଟ ସୂଚନା, ଟିକେଟ୍ ସୂଚନା, ଷ୍ଟାର ଆଲାଇନ୍ସର ପାସୱାର୍ଡ ତଥ୍ୟ ଏବଂ ଏୟାର ଇଣ୍ଡିଆ ଫ୍ଲାୟାର ଡାଟା ଏବଂ କ୍ରେଡିଟ କାର୍ଡ ସୂଚନା ରହିଛି । ତା ସହିତ ଏୟାର ଇଣ୍ଡିଆ କହିଛି ଯେ ଏହି ଡାଟା ଲିକ୍ ଘଟଣାରେ 45 ଲକ୍ଷ ଯାତ୍ରୀଙ୍କ ସୂଚନା ପ୍ରଭାବିତ ହୋଇଛି।
ଯଦିଓ ଗ୍ରାହାକଙ୍କ କ୍ରେଡିଟ୍ କାର୍ଡର ତଥ୍ୟ, CVV ତଥା CVC ନମ୍ବର ଆମ ପ୍ରୋସେସରରେ ରଖାଯାଏ ନାହିଁ, କିନ୍ତୁ ସର୍ଭର ଠିକ ହେବା ଯାଏଁ କିଛି କହି ହେବନି । ତେବେ ଏୟାର ଇଣ୍ଡିଆ ପକ୍ଷରୁ ଘଟଣାର ଯାଞ୍ଚ କରାଯାଉଥିବା ନେଇ ସୂଚନା ରହିଛି ।


