
ଭୁବନେଶ୍ୱର,୨୨/୦୫/୨୧ (ଜିଲ୍ଲା ଖବର) : ସଉତୁଣୀକୁ ଜୀବନରୁ ମାରିବାକୁ ଉଦ୍ୟମ କରି ଫେଲ ହେଲା ସଉତୁଣୀ। ଭୁବନେଶ୍ବର ଉପକଣ୍ଠ ଗୋଠପାଟଣାରେ ଘଟିଛି ଏମିତି ଘଟଣା। ଏମ୍ସ ହସ୍ପିଟାଲ ନିକଟରେ ଥିବା ଶ୍ରାବଣୀ ଆପଟମେଣ୍ଟରେ ରହୁଛନ୍ତି ସୁଶାନ୍ତ କୁମାର ପାତ୍ର ଓ ତାଙ୍କର ପରିବାର । ଗତଗଲି ରାତିରେ ସୁଶାନ୍ତଙ୍କ ପ୍ରଥମ ପତ୍ନୀ ଲୋପାମୁଦ୍ରା ବିଶ୍ବାଳ ତାଙ୍କର ଦ୍ବିତୀୟ ପତ୍ନୀକୁ ପଇସା ଆଣିବା ବାହାନା ଦେଖାଇ ଭୁବନେଶ୍ବର ଉପକଣ୍ଠ ଗୋଠପାଟଣା ନେଇଆସିଥିଲେ। ସେଠାରେ ଥିବା ଜଙ୍ଗଲରେ ମହିଳା ଜଣଙ୍କୁ ଲୋପାମୁଦ୍ରା ଓ ଅଟୋ ଡ୍ରାଇଭର ଜୀବନରୁ ମାରିବାକୁ ଉଦ୍ୟମ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଆହତ ମହିଳା । ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଘଟଣାସ୍ଥଳରେ ପହଂଚିବା ପରେ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ। ସେପଟେ ସ୍ଥାନୀୟ ଅଂଚଳରେ ବହୁତ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ଥିବାରୁ ସେହି ଅଂଚଳରେ ଗୋଟିଏ ଫାଣ୍ଡି ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଧା ଦାବି କରିଆସୁଛନ୍ତି।


