Wednesday, November 11, 2026
Home ଆଞ୍ଚଳିକ ମହାମାରୀ କରୋନାକୁ ଲୋପ କରିବା ପାଇଁ ଜଳଯୋଗ

ମହାମାରୀ କରୋନାକୁ ଲୋପ କରିବା ପାଇଁ ଜଳଯୋଗ

12

ଖୋର୍ଦ୍ଧା,୨୨/୦୫/୨୧ (ଜିଲ୍ଲା ଖବର) :  ସାରା ବିଶ୍ୱକୁ କରୋନା ଗ୍ରାସ କରିଛି। ତେବେ ଏହି ମହାମାରୀକୁ ଲୋପ  କରିବା ପାଇଁ ଆଉ ଜଗତ ଉଦ୍ଧାର ପାଇଁ ଯୁବକଙ୍କ  ଜଳ ଯୋଗ।  ଜଂକିଆ ସରପାରୀ ଗ୍ରାମର ସୁଦାମ ଚରଣ ସାହୁ ମଲାଗୁଣୀ ନଦୀରେ ଜଳଯୋଗ ମାଧ୍ୟମରେ ଜଳ ଉପରେ  ଯୋଗାସନରେ ରହି ପେଟ ଉପରେ ପିତଳ ଥାଳିରେ ଦୀପ ରଖି ଭାଗବତ ପାଠ କରି ଜଗନ୍ନାଥଙ୍କ ନିକଟରେ ଧ୍ୟାନ କରୁଛନ୍ତି।

ମହାମାରୀ କରୋନା କବଳରୁ ରକ୍ଷା ପାଇପାରିବା ପାଇଁ ଜଗନ୍ନାଥଙ୍କ ନିକଟରେ ସ୍ମରଣ କଲେ ଜଗତକଲ୍ୟାଣ ହୋଇପାରିବ ବୋଲି ପ୍ରାର୍ଥନା କରିଛନ୍ତି ଯୁବକ ଜଣଙ୍କ।ସୁଦାମ ୨ଘଣ୍ଟା ଜଳରେ ଯୋଗାସନରେ ରହି ପ୍ରଭୁଙ୍କୁ ଆରାଧନା କରିଥିଲେ।