Wednesday, July 22, 2026
Home ଆଞ୍ଚଳିକ ଖୋର୍ଦ୍ଧାରୋଡ ରେଳମଣ୍ଡଳରୁ ୨୦୬୮ ଟନ ତରଳ ମେଡିକାଲ ଅମ୍ଳଜାନ ପରିବହନ

ଖୋର୍ଦ୍ଧାରୋଡ ରେଳମଣ୍ଡଳରୁ ୨୦୬୮ ଟନ ତରଳ ମେଡିକାଲ ଅମ୍ଳଜାନ ପରିବହନ

305

ଖୋର୍ଦ୍ଧାରୋଡ,୨୨/୫(ଜିଲ୍ଲା ଖବର) : କୋଭିଡ-୧୯ ମହାମାରୀ କରୋନା ସଂକ୍ରମଣ ଭୟବହତାକୁ ନେଇ ସରକାର କରୁଥିବା ସଂଗ୍ରାମରେ ପୁର୍ବତଟ ରେଳପଥର ସହଯୋଗ ଅତୁଳନୀୟ । ଅମ୍ଳଜାନର ଅଭାବିକୁ ଦୁରିକରଣ କରିବାଲାଗି ଆଜି ଖୋର୍ଦ୍ଧାରୋଡ ରେଳମଣ୍ଡଳରୁ ପୁଣି ୨୦୬୮ ଟନ ତରଳ ମେଡିକାଲ ଅମ୍ଳଜାନ ପରିବହନ କରିଛି । ୩୨ଟି ଅମ୍ଳଜାନ ଏକ୍ସପ୍ରେସ ତେଲେଙ୍ଗାନା,ମହାରାଷ୍ଟ୍ର,ଦିଲ୍ଲୀ,ହରିୟାଣା,ତାମିଲନାଡୁ,କେରଳ ଏବଂ କର୍ଣ୍ଣାଟକକୁ ପଠାଯାଇଛି । ଖୋର୍ଦ୍ଧାରୋଡ ରେଳମଣ୍ଡଳ ଅଧିନରେ ଥିବା ବିଭିନ୍ନ ଷ୍ଟିଲପ୍ଲାଂଟରୁ ୧୨୬ଏଲଏମଓ ଟ୍ୟାଙ୍କର ପ୍ରେରିତ ହୋଇଛି । ଖୋର୍ଦ୍ଧାରୋଡ ରେଳମଣ୍ଡଳ ପ୍ରବନ୍ଧକ ଓ ମଣ୍ଡଳର ବରିଷ୍ଠ ଅଧିକାରୀଙ୍କ ତତ୍ୱାବଧାନରେ ଅମ୍ଳଜାନ ଏକ୍ସପ୍ରେସର ଗିତିବିଧୀ ପାଇଁ ରେଳସାଇଡିଂରେ ୨୪ଘଂଟିଆ ମନିଟରିଂ କରାଯାଉଛି । ଖୋର୍ଦ୍ଧାରୋଡ ମଣ୍ଡଳରୁ ଏଲଏମଓ ପରିବହନ କାର୍ଯ୍ୟ ଏପ୍ରିଲ ୩୦ ତାରିଖରୁ ଆରମ୍ଭ ହୋଇଛି । ତେବେ ଗତ ୨୧ଦିନ ଅର୍ଥାତ ଏପ୍ରିଲ ୩୦ରୁ ମେ ମାସ ୨୦ ପର୍ଯ୍ୟନ୍ତ ମଣ୍ଡଳ ପକ୍ଷରୁ ୧୨୬ ଟ୍ୟାଙ୍କରରେ ୩୨ ଅମ୍ଳଜାନ ଏକ୍ସପ୍ରେସ ପରିବହନ କରିଛି । ଆଜିସୁଧା ଟାଟା ଭୂଷଣ ଲିମିଟେଡ, ଅନୁଗୁଳୁରୁ ୮୬୯ ଟନ ଏଲଏମଓ, ୧୬ ଅମ୍ଳଜାନ ଏକ୍ସପ୍ରେସ ଦ୍ୱାରା ୫୭ଟି ଟ୍ୟାଙ୍କରରେ ପରିବହନ ହୋଇଥିବା ବେଳେ ଜିନ୍ଦଲ ଷ୍ଟିଲ ପାୱାର ଲିମିଟେଡ ଅନୁଗୁଳୁରୁ ୫୮୬ଟନ ଅମ୍ଳଜାନ ୩୯ଟି ଟ୍ୟାଙ୍କରରେ ୧୦ଟି ଅମ୍ଳଜାନ ଏକ୍ସପ୍ରେସ ଦ୍ୱାରା ପରିବହନ କରିଛି । ସେହିପରି କଳିଙ୍ଗନଗର ଟାଟା ଷ୍ଟିଲ ଲିମିଟେଡରୁ ୬୧୩ଟନ ଏଲଏମଓ ୩୦ଟି ଟ୍ୟାଙ୍କରରେ ୬ଟି ଅମ୍ଳଜାନ ଏକ୍ସପ୍ରେସ ରେକ୍ ଦ୍ୱାରା ପରିବହନ କରାଯାଇଛି । ବିଭିନ୍ନ ରାଜ୍ୟର ଆଉ କିଛି ଖାଲି ତରଳ ଅମ୍ଳଜାନ ଟ୍ୟାଙ୍କର ଖୋର୍ଦ୍ଧାରୋଡ ମଣ୍ଡଳ କ୍ଷେତ୍ରରୁ ଏଲଏମଓ ପରିବହନ କରିବା ପ୍ରସ୍ତୁତିରେ ଅଛି । ଖୋର୍ଦ୍ଧାରୋଡ ରେଳମଣ୍ଡଳ ପ୍ରବନ୍ଧକ ଶାିକାନ୍ତ ସିଂଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନଙ୍କ ସହଯୋଗରେ କୋଭିଡର ଦ୍ୱିତୀୟ ଲହର ସମୟରେ ପିଡିତ ରୋଗୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦିନରାତି ଅହରହ ସହଯୋଗ ସାଧାରଣରେ ଖୋର୍ଦ୍ଧାରୋଡ ରେଳମଣ୍ଡଳକୁ ଅତୁଳନୀୟ ବୋଲି କୁହାଯାଉଛି ।

ରିପୋର୍ଟ, ସଞ୍ଜୀବ କୁମାର ।