
ଜଟଣୀ,୨୨/୫(ଜିଲ୍ଲା ଖବର) : ଜଟଣୀ ଅଂଚଳରେ ବେଆଇନ ଖଣି ଖନନକୁ ପ୍ରଶାସନର ପ୍ରତିବନ୍ଧକ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଫଳରେ ଦିନରାତି ବେଧଡକଭାବେ ଚାଲିଛି ଖଣି ଖନନ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି । ମହାମାରୀ କରୋନା ଯୋଗୁଁ ପ୍ରଶାସନ ଶୃଙ୍ଖଳା ପରିସ୍ଥିତକୁ ନିୟନ୍ତ୍ରଣ କରିବାଲାଗି ବ୍ୟସ୍ତ ରହୁଥିବା ବେଳେ ଏହାର ସୁଯୋଗରେ ଜଟଣୀର ବିଭିନ୍ନ ଅଂଚଳରେ ବେଧଡକଭାବେ ଖଣିଖନନ ଓ ଚାଲାଣ ହେଉଛି । ମହାମାରୀ କରୋନା ବିପତି ସମୟରେ ଜିବନମରଣ ସମସ୍ୟା ଲାଗି ରହିଥିବା ବେଳେ ଖଣି ଖନନ ବେଧଡଭାବେ ଚାଲିଛି । ପ୍ରତିଦିନ ଶହଶହ ଟ୍ରାକ୍ଟର, ଟ୍ରଖ ଓ ଟିପର ମାଧ୍ୟମରେ ଚୋରା ମୋରମ,ମାଙ୍କଡା ପଥର ଚାଲାଣ ହେଉଛି । ତେବେ ଏହିପରି ଜଟଣୀ ବ୍ଲକ୍ ଅଧୀନ କନ୍ତିଆ ପଂଚାୟତର କନ୍ତିଆ ଗ୍ରାମଠାରେ ଥିବା ଶିଳପୁଆ ମୁଣ୍ଡିଆରୁ ବେଆଇନ୍ ମୋରମ ଖୋଳାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଛି । ମୋରମ ଖଣିଖନନ ହେଉଥିବା ଉଭୟ ଗୋଷ୍ଠିଙ୍କ ମଧ୍ୟରେ ବୁଝାମଣା ହୋଇ ଖଣି ବେପାର ଚାଲିଥିଲା । ମାତ୍ର ଗତ କାଲି ମଧ୍ୟରାତ୍ରିରେ ଏହି ଖନନ ଚାଲିଥିବା ବେଳେ ଉଭୟେଙ୍କ ମଧ୍ୟରେ ଭାଗ ଛିଣ୍ଡିନଥିଲା । ତେବେ ଏନେଇ ଉକ୍ତ ଖୋଳାକୁ ସେହି ଗ୍ରାମର ରଜନିକାନ୍ତ ବଳିୟାରସିଂ ନିଜ ପୈତୃକ ଜମିରେ ଖୋଳାଯାଉଥିବାକୁ ନେଇ ବିରୋଧ କରିଥିଲେ । ତେବେ ଅପର ପକ୍ଷ ତାଙ୍କ କଥା ନଶୁଣି ବିରୋଧ କାରଣରୁ ଉତ୍କ୍ଷିତପ୍ତ ହୋଇ ରଜନିକାନ୍ତଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ରଜନିକାନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ଗୁରୁତର ହୋଇପଡିଥିଲେ । ଖବର ପାଇଁ ଘର ଲୋକେ ଏବଂ ପୋଲିସ ଘଟଣା ସ୍ଥଳରେ ପହଂଚି ଗୁରୁତର ରଜନିକାନ୍ତଙ୍କୁ ଉଦ୍ଦାର କରି ମେଡିକାଲକୁ ନେଇଥିଲେ । ଏହି ମାମଲାରେ ରଜନିକାନ୍ତ ଜଟଣୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଜଟଣୀ ଥାନା ୨୪୫/୨୧ରେ ଧାରା ୩୭୯,୩୦୭ ଏବଂ ୫୦୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ ।
ରିପୋର୍ଟ, ସଞ୍ଜୀବ କୁମାର ।


