
ଜଟଣୀ ,୨୨/୫(ଜିଲ୍ଲା ଖବର) : ପ୍ରତିବର୍ଷ ମଇମାସ ୨୧ତାରିଖକୁ ଆତଙ୍କବାଦ ବିରୋଧୀ ଦିବସ ଭାବରେ ପାଳନ କରାଯାଇଥାଏ । ତେଣୁ ଏହି ଅବସରରେ ଖୋର୍ଦ୍ଧାରୋଡ ରେଳମଣ୍ଡଳର ସମସ୍ତ ରେଳପରିଚାଳକଙ୍କ କାର୍ଯ୍ୟାଳୟରେ ଆଜି ଆତଙ୍କବାଦ ବିରୋଧୀ ଶପଥପାଠ ଦିବସ ଆୟୋଜିତ ହୋଇଯାଇଛି । ଆତଙ୍କବାଦକୁ ହ୍ରାସ କରିବା, ଲୋକମାନଙ୍କ ଜାତୀୟ ସୈାହାର୍ଦ୍ଧ୍ୟ ଏବଂ ଏକତାକୁ ପୋତ୍ସାହିତ କରିବା ଉଦ୍ୟେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ ବୋଲି ରେଳବିଭାଗ ପକ୍ଷରୁ କୁହାଯାଇଛି । ଏହି ଅବସରରେ ଖୋର୍ଦ୍ଧାରୋଡ ରେଳମଣ୍ଡଳ ରେଳପ୍ରବନ୍ଧକ ଶଶିକାନ୍ତ ସିଂ ଆଜି ଶାଖାଧିକାରୀ ଓ କର୍ମଚାରୀମାନଙ୍କୁ ଆତଙ୍କବାଦ ବିରୋଧୀ ଦିବସ ଉପଲକ୍ଷେ ଶପଥପାଠ କରାଇଥିଲେ । ସମସ୍ତ ସହଯୋଗୀ ମାନବ ଜାତି ମଧ୍ୟରେ ଶାନ୍ତି, ସାମାଜିକ ସୈାହାର୍ଦ୍ଧ୍ୟ ଏବଂ ବୁଝାମଣାକୁ ସମର୍ଥନ ଓ ପୋତ୍ସାହିତ କରିବାକୁ ତଥା ମାନବ ଜୀବନ ଏବଂ ମୂଲ୍ୟବୋଧ ପ୍ରତି ବିପଦ ସୃଷ୍ଟି କରୁଥିବା ଏବଂ ବାଧା ଦେଉଥିବା ଶକ୍ତିର ମୁକାବିଲା କରିବାକୁ ଶପଥପାଠ ମାଧ୍ୟମରେ ପ୍ରତିଶୃତି ଦେଇଛନ୍ତି । ଆଜି ଆତଙ୍କବାଦ ବିରୋଧୀ ଦିବସର ଶପଥପାଠ ଭୂବନେଶ୍ୱର,ପୁରୀ, କଟକ, ଖୋର୍ଦ୍ଧାରୋଡ,ବ୍ରହ୍ମପୁର, ପଲାସା, ଯାଜପୁର, କେଉଁଝର ରୋଡ,ଭଦ୍ରକ,ପାରାଦୀପ ଇତ୍ୟାଦି ରେଳଷ୍ଟେସନଗୁଡିକରେ ଥିବା ସମସ୍ତ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ବରିଷ୍ଠ କାର୍ମିକ ଅଧିକାରୀ ରଂଜନ କୁମାର ମହାନ୍ତି ପରିଚାଳନା କରିଥିଲେ ।
ରିପୋର୍ଟ, ସଞ୍ଜୀବ କୁମାର


