
ବାଲିଗୁଡ଼ା,୨୨/୫{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜ଼ିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାଟାଗୁଡା ଠାରେ ଗୋଟିଏ କ୍ୱାକ କ୍ଲିନିକକୁ ସିଲ୍ କରିଦେଲେ ତହସିଲଦାର ଯାହା ଅନଧିକୃତ ଭାବରେ ଚାଲୁଥିଲା | କରୋନା ନିୟମ ଉଲ୍ଲଙ୍ଘନ ଏବଂ କୌଣସି ପ୍ରମାଣପତ୍ର ନଥାଇ ବେଆଇନ ଭାବେ କ୍ଲିନିକ ଚାଲିଥିବା ନେଇ ବାଲିଗୁଡା ତହସିଲଦାର ଶ୍ରୀ ଶଶାଙ୍କ ଶେଖର ପାତ୍ର କ୍ଲିନିକ ଉପରେ ଚଢ଼ାଉ କରିଥିଲେ l ଯାହା ଅନଧିକୃତ ଭାବରେ ଚାଲୁଥିଲା | କ୍ଲିନିକର ମାଲିକ ଶ୍ରୀ ବିଶ୍ୱଜିତ୍ ବିଶ୍ୱଙ୍କ ସହିତ ପଚରାଉଚରା ବେଳେ ତାଙ୍କ କ୍ୱାକ କ୍ଲିନିକ୍ ସମର୍ଥନରେ କୌଣସି କାଗଜ ପତ୍ର ଦେବାରେ ସେ ବିଫଳ ହୋଇଛନ୍ତି। ସେପଟେ ଚଢ଼ାଉ ବେଳେ ଡାକ୍ତର ଜଣକ କୌଣସି ଡାକ୍ତରୀ ପାଠ ପଢ଼ିନଥିବା ତଦନ୍ତରୁ ଜଣାପଡିଛି l




