Home ଆଞ୍ଚଳିକ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ଼-୧୯ ସଂକ୍ରମଣ ଚେନ୍ କୁ ଗାଁ ଅଞ୍ଚଳ ରେ ରୋକିବା ପାଇଁ ୱାଇ.ଏସ୍.ଡି...

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ଼-୧୯ ସଂକ୍ରମଣ ଚେନ୍ କୁ ଗାଁ ଅଞ୍ଚଳ ରେ ରୋକିବା ପାଇଁ ୱାଇ.ଏସ୍.ଡି (YSD) ର ‘୩-ଏସ୍’ ଅଭିଯାନ

22

ସୁନ୍ଦରଗଡ,୨୨/୫(ଜିଲ୍ଲା ଖବର) : ଜିଲ୍ଲାରେ ସଚେତନ, ସତର୍କତା ଓ ସହଭାଗିତା କୁ ଗୁରୁତ୍ଵ
ହେମଗିରି, ସୁନ୍ଦରଗଡ଼ ଜିଲ୍ଲାରେ ଗାଁ ଅଞ୍ଚଳ ରେ ବଢୁଥିବା କୋଭିଡ- ୧୯ (Covid-19) ସଂକ୍ରମଣ କୁ ଆଖି ଆଗରେ ରଖି ୱାଇ.ଏସ୍. ଡି. ଏନ୍ ଜିଓ ପକ୍ଷରୁ ୩-ଏସ୍ ( ସଚେତନ, ସତର୍କ ଓ ସହଭାଗିତା) ଅଭିଯାନ ଆରମ୍ଭ କରାଯାଇଛି।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୋଭିଡ଼-୧୯ ଉପଯୁକ୍ତ ବ୍ୟବହାର ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଭିଡ଼ କୁ ଯିବା ନାହିଁ ଓ ବାରମ୍ବାର ସାବୁନ୍ ରେ ହାତକୁ ଧୋଇବା ଇତ୍ୟାଦି କୁ ପ୍ରତ୍ୟେକ ପରିବାର ଓ ଲୋକଙ୍କୁ ସଚେତନ କରାଇବା ; କୋଭିଡ଼-୧୯ ଲକ୍ଷଣ ଦେଖା ଗଲେ ପରୀକ୍ଷା କରିବା, ଡାକ୍ତର ପରାମର୍ଶ ନେବା ଓ ଚିକିତ୍ସା କରାଇବା ; ରାଜ୍ୟ ଓ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କୁ ପଞ୍ଜୀକରଣ କରିବା ଓ ଲକ୍ଷଣ ଥିଲେ ସଙ୍ଗରୋଧରେ ରଖିବା, ପରୀକ୍ଷା କରାଇବା, ଗାଁରେ ବନ୍ଦ (lockdown) କୁ କଡାକଡି ଭାବେ ପାଳନ କରିବା ଓ ପ୍ରତ୍ୟେକ ଲୋକଙ୍କୁ ଟୀକାକରଣ ପାଇଁ ପ୍ରୋତ୍ସାହିତ କରିବା ଓ ଟୀକାକୁ ନେଇ ରହିଥିବା ବିଭିନ୍ନ ମିଥ୍ୟା କଥାକୁ ଦୂର କରିବା ଓ ପ୍ରତ୍ଯେକ ବ୍ୟକ୍ତିଙ୍କୁ ସଂକ୍ରମଣରୁ ରକ୍ଷା କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ।
ଏହି ଅଭିଯାନ ମାଧ୍ୟମରେ ଗାଁର ପ୍ରତ୍ୟେକ ବ୍ୟକ୍ତି, ଗୋଷ୍ଠୀ, ଜନପ୍ରତିନିଧି, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଏ.ଏନ୍.ଏମ୍, ଗାଁ କଲ୍ଯାଣ ସମିତି, ରୋଗୀ କଲ୍ୟାଣ ସମିତିର ସଭ୍ଯ, ସରପଞ୍ଚ, ସମିତି ସଭ୍ଯ, ୱାର୍ଡ ସଭ୍ଯ ମାନଙ୍କୁ ଯୋଡ଼ିବା ଓ ଲୋକଙ୍କ ମନରେ ଭୟ କମାଇବା ଓ ସଂକ୍ରମଣକୁ ରୋକିବା ପାଇଁ ମିଳିମିଶି କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେବା ଓ ସାମିଲ୍ କରିବା ପାଇଁ ପ୍ରୟାସ କରାଯାଇ ଅଛି।
ଏହି କାର୍ଯ୍ୟକ୍ରମ ହେମଗିରି ବ୍ଲକର ୩୭ ଗାଁରେ ପ୍ରଥମ ଦଫାରେ ଖଣି ପ୍ରଭାବିତ ଅଞ୍ଚଳରେ ଆରମ୍ଭ କରାଯାଇଛି ଓ ପ୍ରାୟ ୪ ଟି ଗ୍ରାମପଞ୍ଚାୟତରେ ୩୦୦୦ ପରିବାର କୁ ସଚେତନ କରାଯାଇଛି। ପରବର୍ତ୍ତୀ ସମୟରେ ସମସ୍ତ ଗ୍ରାମ ପଞ୍ଚାୟତରେ ଏହାକୁ ସାମିଲ୍ କରାଯିବା ଲକ୍ଷ୍ୟ ରଖାଯାଇଛି।
ଏହି ଅଭିଯାନକୁ ୟୁଥ୍ ଫର୍ ସୋସିଆଲ୍ ଡେଭଲପମେଣ୍ଟ (Youth for Social Development) ର ଜୀବନ୍ତ କୁମାର, ଆଲଫ୍ରେଡ ମହାନ୍ତି ଓ ସୁଦୀପ କୁମାର ଚକ୍ରବର୍ତ୍ତୀ ସଂଯୋଜନା କରୁଛନ୍ତି। ୩୭ ଗାଁ ରେ ୩୭ ଜଣ ଯୁବା ସ୍ଵେଚ୍ଛାସେବୀ ଘର ଘର ବୁଲି ଜନସାଧାରଣଙ୍କୁ କୋଭିଡ଼-୧୯ ଉପଯୁକ୍ତ ବ୍ୟବହାର ସଚେତନ କରାଉଛନ୍ତି।
ଏହି ଅଭିଯାନ ପଞ୍ଚାୟତ ସମିତି, ସୁନ୍ଦରଗଡ଼ ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ସୁନ୍ଦରଗଡ଼ ସହଯୋଗ ରେ ପ୍ରତ୍ୟେକ ଗାଁରେ କାର୍ଯ୍ୟକାରୀ କରାଯାଉ ଅଛି। ଜିଲ୍ଲାପାଳ ଶ୍ରୀ ନିଖିଳ ପବନ କଲ୍ୟାଣ ଙ୍କ ଦକ୍ଷ ପରାମର୍ଶରେ ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଏହି ପ୍ରୟାସ ଅତ୍ୟନ୍ତ ଫଳପ୍ରଦ ଓ ପ୍ରଭାବଶାଳୀ ହୋଇପାରିଛି ।

ବିଶ୍ବରଂଜନ ହୋତା
ସୁନ୍ଦରଗଡ଼