Home ଆଞ୍ଚଳିକ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ୍ କମିଟିର ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ

ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ୍ କମିଟିର ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ

17

ସୁନ୍ଦରଗଡ଼,୨୨/୫(ଜିଲ୍ଲା ଖବର) : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୩୦ତମ ପୁଣ୍ୟତିଥି ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ୍ କମିଟିର ସଭାପତି ଶ୍ରୀ ବେଣୁମାଧବ ତ୍ରିପାଠୀଙ୍କ ନେତୃତ୍ୱରେ ପାଳିତ ହୋଇ ଯାଇଛି। ଆଜି ଏହି ଅବସରରେ ଜିଲ୍ଲାରେ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ଅନେକ ସାମାଜିକ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ,ବିଚକ୍ଷଣ ରାଜନୀତିଜ୍ଞ ଏବଂ ଆଧୁନିକ ଭାରତର ନିର୍ମାତା ତିରିଶ ବର୍ଷ ପୂର୍ବେ ଠିକ୍ ଆଜି ଦିବସରେ ଏକ ନିର୍ବାଚନୀ ସଭାରେ ତାମିଲନାଡୁର ଶ୍ରୀପେରୁମ୍ବୁଦୂର ରେ ଏକ ଆତ୍ମଘାତୀ ବିସ୍ଫୋରଣରେ ରାଜୀବ ଗାନ୍ଧୀଙ୍କ ନିଧନ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ। ମହିଳା ସଶକ୍ତିକରଣ, ନାଗରିକଙ୍କ ଭୋଟଦାନ ବୟସକୁ ୨୧ ରୁ ୧୮କୁ ପରିବର୍ତ୍ତନ,ସୂଚନା ପ୍ରଦ୍ୟୋଗକି ତଥା ଟେଲିକମ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ସେ କିଭଳି ପୁରୋଧା ସାଜିଥିଲେ ତାହାକୁ ମନେପକାଇ ଆଜି ସେହି ଆମର ଆତ୍ମା ପାଖରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ କଂଗ୍ରେସ୍ ଦଳର ସମସ୍ତ ଛାମୁଆ ସଙ୍ଗଠନର କର୍ମକର୍ତ୍ତାମାନଙ୍କ ଦ୍ଵାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା ଯଉଥିରେ ଅନେକ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ। ପରେ ସ୍ଥାନୀୟ ବିବେକାନନ୍ଦ ଛକଠାରେ ଜିଲ୍ଲା ସଭାପତିଙ୍କ ଦ୍ଵାରା ଏକ ଦେୟମୁକ୍ତ ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ଆମ୍ବୁଲାନ୍ସ ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳ ତଥା ଜିଲ୍ଲା ଭିତରେ କରୋନାଆକ୍ରାନ୍ତ ରୋଗୀଙ୍କ ସେବାରେ ବ୍ୟବହୃତ ହୋଇପାରିବ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ର ପରିସରରେ ଚାଲିଥିବା କୋଭିଡ ପରୀକ୍ଷଣ କେନ୍ଦ୍ର ଠାରେ ବହୁସଂଖ୍ୟାରେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ମାସ୍କ,ସେନିଟାଇଜର ଆଦି ବଣ୍ଟନ କରାଯାଇଥିଲା।
ଆଜିକାର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ବହୁ ନେତୃବର୍ଗ,ସେବାଦଳ,ଛାତ୍ର କଂଗ୍ରେସ,ଯୁବ କଂଗ୍ରେସ ଓ ମହିଳା କଂଗ୍ରେସର କର୍ମକର୍ତ୍ତାମାନେ ଯଥା ବରିଷ୍ଠ କଂଗ୍ରେସ ନେତା କାଳିପଦ ସାମଲ, ଅଜିତ ପ୍ରସାଦ,ରାଜ୍ୟ ସେବାଦଳର ମୁନୁ ସରାଫ, ଅଶୋକ ପ୍ରସାଦ,ପର୍ଶୁରାମ ସରାଫ,ଆଡଭୋକେଟ ପ୍ରଣବ ସିଂ,ପ୍ରଦୀପ କୁମାର ସିଂ,ସତ୍ୟନାରାୟଣ ସାହୁ, ବାବୁଲୁ ବେନିୱାଲ,ଯଶୋବନ୍ତ ଦୁଙ୍ଗଡଙ୍ଗ,ବିଧାନସଭା କ୍ଷେତ୍ର ଯୁବ ସଭାପତି ବିଶ୍ବଜିତ ପଟ୍ଟନାୟକ,ଟାଉନ କଂଗ୍ରେସ୍ ସଭାପତି ନେପାଲ ଚନ୍ଦ୍ର ସାହୁ,ଛାତ୍ର କଂଗ୍ରେସ ସଭାପତି ଏମ.ଡି ଫଇଯାଲ , ଦେବାଶିଷ ଦାସ, ସୁବାଶିସ ବାନାର୍ଜୀ,ଶିବ ମୁଣ୍ଡା,ହରିଶ ରକ୍ସା, ଅଞ୍ଜନ ପଟେଲ ପ୍ରମୁଖ ଯୋଗ ଦେଇଥିଲେ।
ବିଶ୍ବରଂଜନ ହୋତା
ସୁନ୍ଦରଗଡ଼