Home ଆଞ୍ଚଳିକ ଅଜଣା ନବଜାତ ଶିଶୁ ସୁନାମ୍ବ ସାହି ଋଷିକୁଲ୍ୟା ନଦୀତଟରୁ ଉଦ୍ଧାର

ଅଜଣା ନବଜାତ ଶିଶୁ ସୁନାମ୍ବ ସାହି ଋଷିକୁଲ୍ୟା ନଦୀତଟରୁ ଉଦ୍ଧାର

12

ଆସିକା,୧୭/୧୦ (ଜ଼ିଲ୍ଲାଖବର/ଖିରୋଦ ଚନ୍ଦ୍ର ବେହେରା) : ଗୋଟିଏ ପଟେ କେନ୍ଦ୍ର ସରକାର ଶିଶୁ କନ୍ୟାକୁ ଗୁରୁତ୍ୱ ଦେବା ପାଇଁ ବେଟି ବଚାଓ , ବେଟି ପଢାଓ ସେହିଭଳି ଅନୁୁରୁପ ରାଜ୍ୟ ସରକାର ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଚଲାଇଥିବା ବେଳେ ମାନବିକତା ବିହୀନ ଓ ବିପରୀତ ମୁଖୀ ଚିନ୍ତା ଧାରାରେ ଏକ ନବଜାତ ଶିଶୁ କନ୍ୟାକୁ ନିଜ ମା ନିÂୁରତାର ସହ ଏକ ସିମେଟଂ ଖାଲି ବସ୍ତାରେ ପୁରାଇ ସୁନାମ୍ବ ସାହି ୱାର୍ଡ-୮ ଶ୍ମସାନ ଋଷିକୁଲ୍ୟା ନଦୀ ପଠାରୁ ଏକ ପରିବାର ସାହିବାସିଙ୍କ ସହାୟତାରେ ସଂଧ୍ୟା ପ୍ରାୟ ୬ଟା ବେଳେ ଏକ ବୁଦା ମୁଳେ ଉଦ୍ଧାର କରି ଆଣିଥିଲେ ।

କାହିଁ କେତେବେଳୁ ଲଟା ମୁଳେ ଫିଙ୍ଗି ଦେଇ ଚାଲିଯାଇଥିବା ବେଳେ ପିଲାଟି ବସ୍ତା ମଧ୍ୟରେ ଅଣନିଶ୍ୱାସି ସହ ଶରୀର ବିଭିନ୍ନ ଆଘାତ ଚିହ୍ନ ସାଙ୍ଗକୁ ଦେଢ ଫୁଟର ନାଭି ଲମ୍ବି ରହିଥିଲା । ତୁରନ୍ତ ଆସିକା ସବଡିଭିଜନ ହସପିଟାଲକୁ ଆଣି କାର୍ଯ୍ୟରତ ଶିଶୁ ବିଶେଷଜ୍ଞ ଡାକ୍ତର ଦିପକ ସାମନ୍ତରା ଦ୍ୱାରା ଚିକିତ୍ସା କରାଇଥିଲେ । ଏହାପରେ ନବଜାତ ଶିଶୁ କନ୍ୟାଟିକୁ କେଉଁ ପରିସ୍ଥିତିରେ କିଏ ଛାଡି ଦେଇ ଗଲା ଜଣା ପଡିନଥିଲା । ଶିଶୁଟିର କୈାଣସି ପରିଚୟ ନଥିବା ଯୋଗୁଁ ଶେଷରେ ସୁନାମ୍ବ ସାହି ଶ୍ରୀନିବାସ ଆଚାରୀ ନାମକ ଜଣେ ବ୍ୟକ୍ତିଙ୍କ ବିଧବା ନିଃସନ୍ତାନ ବିଧବା ଭଉଣି କନ୍ୟାଟିକୁ ଯତ୍ନ ସହ ପାଳିବା ପାଇଁ ନିଜ ବାସଭବନକୁ ନେଇଯାଇଥିଲେ । ଏହାର ଦ୍ୱିତୀୟ ଦିବସରେ ଅର୍ଥାତ ଗତକାଲି ପୁଣି ଆସିକା ମେଡିକାଲ ଠାରେ ଶିଶୁ ଟିର ଚିକିତ୍ସା ସହ ଟିକା ପ୍ରଦାନ କରାଯାଇଥିଲା ।

ପୋଲିସ କୈାଣସି ସୂତ୍ରରୁ ବିଳମ୍ବରେ ଖବର ପାଇ ବ୍ରହ୍ମପୁର ଚାଇଲଡ ହେଲପ ଲାଇନକୁ ସୂଚନା ଦେଇଥିଲେ । ଆଜି ଏହି ଦଳ ଆସି ପୋଲିସ ସହାୟତାରେ ସ୍ଥାନୀୟ ଅଙ୍ଗନୱାଡି କର୍ମିକୁ ନେଇ ଅଚିହ୍ନା ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ବ୍ରହ୍ମପୁର ଚାଇଲଡ ଲାଇନକୁ ହସ୍ତାନ୍ତର କରିଥିଲେ । ଶିଶୁ କନ୍ୟାଟିର ସମସ୍ତ ଲାଳନ ପାଳନ ଚାଇଲଡ ହେଲପ ଲାଇନ ତତ୍ୱାବାଧାନରେ ହେବା ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଥିଲେ । ଶିଶୁଟିକୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରିଥିବା ସୁନାମ୍ବ ସାହିର ସାହାସି ଯୁବକ ସାଙ୍ଗକୁ ଶ୍ରୀନିବାସର ନିଃସନ୍ତାନ ଭଉଣି ଲାଳନ ପାଳନ କରିଥିବା ଏବଂ ସେ ବିଧବା ଓ ନିଃସନ୍ତାନ ଯୋଗିଁ ଏହି ଶିଶୁ କନ୍ୟାଟି ତାଙ୍କ ହେପାଜତରେ ସମ୍ପୂର୍ଣ୍ଣ ରହିବା ପାଇଁ ସାହିବାସିନ୍ଦା ଅଡି ବସିଥିଲେ ।

ସ୍ଥାନୀୟ ପୋଲିସ ଓ ଚାଇଲଡ ହେଲପ ଲାଇନ ବାଲା ସାହିବାସୀ ଓ ପରିବାରକୁ ବୁଝାଇ ନାକେଦମ ହୋଇଯାଇଥିଲେ । ଶେଷରେ ଥାନାରେ ଶିଶୁ କନ୍ୟାଟିକୁ ଚାଇଲଡ ହେଲପ ଲାଇନ ସାହିବାସିଙ୍କ ଉପସ୍ଥିିତିରେ ଉଦ୍ଧାର କରି ଆସିକା ମେଡିକାଲ ଠାରେ ପୁଣି ଚିକିତ୍ସା କରି ବ୍ରହ୍ମପୁର ଚାଇଲଡ ହେଲପ ଲାଇନ ନେଇଯାଇଥଲେ । ଆସିକା ସହରରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମର କୈାଣସି ପ୍ରଭାବ ପଡୁନଥିବା ଏହା ଏକ ନିଚ୍ଚକ ପ୍ରମାଣ । ବ୍ଲକ ଠାରେ ସିଡିପିଓ ଅଫିସ ଥିବା ସହ ସମସ୍ତ ୧୮ଟି ୱାର୍ଡରେ ଅଙ୍ଗନୱାଡି କର୍ମି ଥିବା ସତ୍ୱେ ଏହି ଘଟଣାର ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଶିଶୁ କନ୍ୟାଟିର କୈାଣସି ସୁଚନା ପାଇପାରି ନଥିବା ଘଟଣା ଆସିକାରେ ପ୍ରମୁଖ ଆଲୋଚନାର ବିଷୟ ବସ୍ତୁ ପାଲଟିଛି ।

ସିଡିପିଓ ଓ ସୁପରଭାଇଜର ମାନଙ୍କ କୈାଣସି ଦାୟିତ୍ୱବୋଧ ନଥିବା ଏବଂ ନାମକୁ ମାତ୍ର ଗେହ୍ଲା ଝିଅ କାର୍ଯ୍ୟକ୍ରମ ଯେନ ତେନ ପ୍ରକାରେ ସାରି ଦେଉଥିବା ଜିଲ୍ଲା ଅଧିକାରୀଙ୍କ ଠାରେ ବାହାବାହା ନେବା ପାଇଁ ନାମକୁ ମାତ୍ର ଅଧିକାରୀ ଜଣକ କାର୍ଯ୍ୟ କରୁଥିବା ଜଣାଯାଇଛି । ଚାଇଲଡ ଲାଇନ ଦଳର ସଭ୍ୟ ବଳରାମ ମଲ୍ଲିକ, ମହିଳା ସଦସ୍ୟା ପ୍ରଣତି କୈାର ଶିଶୁ କନ୍ୟାଟିକୁ ନିଜ ତତ୍ୱାବାଧାନରେ ନେଇଥିବା ବେଳେ ଏହି ଘଟଣା ଆମକୁ ଆସିକା ସିଡିପିଓ ଅଫିସରୁ ବିଳମ୍ବରେ ଖବର ମିଳିଥିବା ଆମ ପ୍ରତିନିଧିକୁ ସୂଚନା ପ୍ରଦାନ କରିଥିଲେ ।