
ବାଲିଗୁଡ଼ା , ୨୨/୫ {ସୁକାନ୍ତ କୁମାର ତ୍ରିପାଠୀ} : କରୋନାର ଦ୍ୱିତୀୟ ଲହରର ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ରାଜ୍ୟ ସରକାର ଆସନ୍ତା ମେ ୩୧ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି କରିଛନ୍ତି ଏବଂ କଟକଣାକୁ ସ୍ୱତନ୍ତ୍ର ଦୃଷ୍ଟି ରଖି ଅମାନିଆ ମାନଙ୍କୁ ସାବାଡ୍ କରିବାକୁ ପୋଲିସ ତଥା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।କିନ୍ତୁ ପ୍ରଶାସନର କଡା କଟକଣା ଓ ପୋଲିସ ର ପହରା ସତ୍ତ୍ୱେ ବହୁ ଅମାନିଆ ବିଭିନ୍ନ ଆଳ ଦେଖାଇ ବଜାରରେ ବୁଲୁଥିବା ଲକ୍ଷ୍ୟ କରାଯାଇଛି । ତହସିଲଦାର ପକ୍ଷରୁ ବାଲିଗୁଡ଼ା ସହରରେ ବିଭିନ୍ନ ସ୍ଥାନରେ ଜାନବାହାନ ଚେକିଂ କରି ଆଜି ଦିନରେ 7200 ଟଙ୍କା ଅମାନିଆଙ୍କ ଠାରୁ ଜୋରିମନା ଆକାରରେ ଆଦାୟ କରାଯାଇଛି ବୋଲି ଜଣାପଡିଛି । ବର୍ତ୍ତମାନ ପରିସ୍ଥିତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବାଲିଗୁଡ଼ା ରେ ଯାନବାହାନ ଗୁଡିକୁ ଚେକିଙ୍ଗ କରାଯାଉଛି ଏବଂ ଆଗକୁ ଏହା ଜୋରଦାର କରାଯିବ ବୋଲି ତହସିଲଦାର ଶ୍ରୀ ଶଶାଙ୍କ ଶେଖର ପାତ୍ର ପ୍ରକାଶ କରିଛନ୍ତି ।



