
ବେଲଗୁଣ୍ଠା,୨୨/୫(ଜିଲ୍ଲା ଖବର) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ରାଜିବ ଗାନ୍ଧୀଙ୍କ 30ତମ ପୁଣ୍ୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଭାରତୀୟ ଜାତୀୟ କଂଗ୍ରେସର ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଇଂ ସଂଗ୍ରାମ କେଶରୀ ମହାନ୍ତି ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଗରୀବ ଏବଂ ଅସହାୟ ମାନଙ୍କୁ ମାସ୍କ, ସାବୁନ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି l ଏଥିରେ ସୋରଡ଼ା ବ୍ଲକ ଏବଂ ବେଲଗୁଣ୍ଠା ବ୍ଲକର ଯୁବ ସମାଜସେବୀ ତଥା ଯୁବ କଂଗ୍ରେସ କର୍ମୀମାନେ ବିଭିନ୍ନ ପଞ୍ଚାୟତକୁ ଯାଇ ଶୁଖିଲା ଖାଦ୍ୟ ଏବଂ ମାସ୍କ, ସାବୁନ ବାଣ୍ଟିବା ସହ କରୋନା ଠାରୁ ନିଜକୁ କିପରି ସୁରକ୍ଷିତ ରଖିବେ ସେ ଉପରେ ଲୋକଙ୍କୁ ସଚେତନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମରେ ବୁଦ୍ଧଦେବ ମଳିକ, ପୂର୍ବତନ ସମିତି ସଭ୍ୟ, ଜନତା ଶବର, ଏନ୍.ସୁନୀଲ ଦୋରା, ସଞ୍ଜିବ ଗୌଡ଼, ଆକାଶ ନାୟକ,କୁମାର ପ୍ରେମଜିତ୍,ସୁଶାନ୍ତ ରେଡ୍ଡୀ, ସିମିୟା ଶବର, ପ୍ରଫୁଲ୍ଲ ମଳିକ, ଧୋବା ଗୌଡ଼ ଏବଂ ଜ୍ୟୋତି ପ୍ରମୁଖ ସହଯୋଗ କରିଥିଲେ I
ରିପୋର୍ଟ -ଶିବରାମ ଚୌଧୁରୀ






