Thursday, October 15, 2026
Home ଆଞ୍ଚଳିକ ଆସିକା ବ୍ଲକ ସଭା ଗୃହ ଠାରେ ଗ୍ରାମାଚଂଳ ବିପର୍ଯ୍ୟୟ ବ୍ଲକ ସ୍ତରୀୟ ପରିଚାଳନା ପ୍ରସ୍ତୁତି...

ଆସିକା ବ୍ଲକ ସଭା ଗୃହ ଠାରେ ଗ୍ରାମାଚଂଳ ବିପର୍ଯ୍ୟୟ ବ୍ଲକ ସ୍ତରୀୟ ପରିଚାଳନା ପ୍ରସ୍ତୁତି କାର୍ଯ୍ୟକ୍ରମ

22


ଆସିିକା,୧୭/୧୦ (ଜ଼ିଲ୍ଲାଖବର/ଖିରୋଦ ଚନ୍ଦ୍ର ବେହେରା) : ଆସିକା ବ୍ଲକ ସଭାଗୃହ ଠାରେ ଗ୍ରାମାଚଂଳ ବିପର୍ଯ୍ୟୟ ପରିିଚାଳନା ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ଲକ ବିଡିଓ ସତ୍ୟ ସୁନ୍ଦର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲୀକ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗ୍ରାମାଚଂଳର ପ୍ରପିଡିତ ଲୋକଙ୍କ ଉଦ୍ଧାର ସାଙ୍ଗକୁ ସେମାନଙ୍କର ଥଇଥାନ ଓ ଏହାର ମୁକାବିଲା ସମ୍ପର୍କରେ ନିଜର ମତାମତ ଉପସ୍ଥାପନ କରିଥିଲେ । ବାଲିସିରା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡଃ. ବାଲୁଙ୍କେଶ୍ୱର ଷଡଙ୍ଗୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସ୍ୱାସ୍ଥ୍ୟଗତ ସମସ୍ୟାକୁ ମୁକାବିଲା କରାଯାଇ ପାରିବ ସେ ନେଇ ମତ ପୋଷଣ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁଚାରୁ ଭାବେ ପ୍ରସ୍ତୁତି କରିବା ପାଇଁ ଦାୟିତ୍ୱ ଦାୟିତ୍ୱରେ ଥିବା ସ୍ୱେଚ୍ଚାସେବୀ ଅନୁଷ୍ଟିତ ଓଷ୍ଟାର୍ଡର ନିଦେ୍ର୍ଧଶ ମୋଚିରାମ ନାହକ ଯୋଗ ଦେଇ ବନ୍ୟା ଓ ବାତ୍ୟା ପରି ବିପର୍ଯ୍ୟୟ ଗୁଡିକୁ ମୁକାବିଲା ଓ ପ୍ରତିହିତ କରିବ ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ସହ ଯୋଗ ଓ ସହାୟତାରେ ପ୍ରତ୍ୟେକ ଗ୍ରାମରେ ଗ୍ରାମ୍ୟ ବିପର୍ଯ୍ୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯିବ ବୋଲି କହିଥିଲେ ।

ପ୍ରଥମ ପର୍ଯ୍ୟାୟରେ ଆସିକା ବ୍ଲକର ୧୨ଟି ପଚାଂୟତର ୪୩ଟି ଗାଁରେ ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରି ସଚେତନତା, ପ୍ରଶିକ୍ଷଣ, ତଥ୍ୟ ଭିତିକ ଓ ଚିତ୍ରଲେଖ ମାଧ୍ୟମରେ ଯୋଜନା ପ୍ରସ୍ତୁତ କରାଯିବ । ତେଣୁ ସମସ୍ତଙ୍କ ସହ ଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ, ସରପଚଂ, ସମିତିସଭ୍ୟ ପ୍ରମୁଖ ଯୋଗ ଦେଇ ବପର୍ଯ୍ୟୟ ପରିଚାଳନା ସମ୍ପର୍କରେ ନିଜ ନିଜ ମତପୋଷଣ କରିଥିିଲେ । ଏହି କାର୍ଯ୍ୟକ୍ରମରେ ଆସିକା ପୋଲିସ, ଅଗ୍ନିଶମ ବିଭାଗ, ଜଳସେଚନ ବିଭାଗ, କୃଷି ବିଭାଗ, ସେମତ ବହୁ ଅଫିସିଆଲ କର୍ମଚାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ କର୍ତୃପକ୍ଷ ଓ ଓଷ୍ଟାର୍ଡର କର୍ମଚାରୀ ମାନେ ପରିଚାଳନାରେ ସହ ଯୋଗ କରିଥିଲେ ।