
ନୂଆଦିଲ୍ଲୀ, ୨୧/୦୫/୨୧ (ଜିଲ୍ଲା ଖବର) : ଦେଶରେ କରୋନା ଦ୍ବିତୀୟ ଲହରୀର ପ୍ରଭାବ କମିବାର ନାଁ ଧରୁନି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା, ସେଲିବ୍ରେଟି ଯାଏଁ , ସମସ୍ତେ ଏବେ କରୋନା ଦ୍ବାରା ପ୍ରଭାବିତ ହେଉଛନ୍ତି । ନିକଟରେ କନ୍ନଡ ଏବଂ ତାମିଲ ଫିଲ୍ମ ଅଭିନେତ୍ରୀ Samyuktha Hegde କରୋନା ସଂକ୍ରମିତ ହୋଇଛନ୍ତି । ଇନଷ୍ଟାଗ୍ରାମ୍ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି । ଏହା ସହିତ ସେ ତାଙ୍କ ପିତା-ମାତାଙ୍କ ସ୍ବାସ୍ଥ୍ୟ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । ତାଙ୍କର ଏହି ପୋଷ୍ଟରେ ଲୋକମାନେ , ସେ ଜଲଦୀ ସୁସ୍ଥ ହେବା ନେଇ କାମନା କରୁଛନ୍ତି ।
ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି Samyuktha ଲେଖିଛନ୍ତି ଯେ, ହାଲୋ ସାଙ୍ଗମାନେ । ଆଶା କରୁଛି ଆପଣମାନେ ଭଲରେ ଥିବେ । ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ନିଜକୁ ଆଇସୋଲେଟ କରିଛି । ଡାକ୍ତରଙ୍କ ସବୁ ନିୟମ ମୁଁ ପାଳନ କରୁଛି । ନିଜର ଧ୍ୟାନ ରଖନ୍ତୁ ‘ ।
ଆଗକୁ ସେ ଲେଖିଛନ୍ତି, ‘ ମୋର ପିତା-ମାତା ଗତ ମାସରେ କରୋନା ସଂକ୍ରମିତ ହୋଇଥିଲେ , ସେମାନେ ଏବେ ଧିରେ ଧିରେ ଠିକ୍ ହେଉଛନ୍ତି । ମୁଁ ଭଗବାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି , ମୁଁ ସେତେବେଳେ କରୋନା ସଂକ୍ରମିତ ହେଲି ଯେତେବେଳେ , ସେମାନେ ସୁସ୍ଥ ହେଲେ ।




