Sunday, November 15, 2026
Home ଆଞ୍ଚଳିକ ଭଗବାନଙ୍କ ଭଳି ସୋନୁ ସୁଦଙ୍କ ପୋଷ୍ଟରରେ କ୍ଷୀର ଢାଳିଲେ ଲୋକେ

ଭଗବାନଙ୍କ ଭଳି ସୋନୁ ସୁଦଙ୍କ ପୋଷ୍ଟରରେ କ୍ଷୀର ଢାଳିଲେ ଲୋକେ

26

ନୂଆଦିଲ୍ଲୀ , ୨୧/୦୫/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ସୋନୁ ସୁଦ୍ ଆଜି ଘରେ ଘରେ ବେଶ ପରିଚିତ ।  ସବୁବେଳେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତୁଥିବା ଏହି ଅଭିନେତା, ଏବେ ଅଭାବୀ ଲୋକଙ୍କ ବନ୍ଧୁ ସାଜିଛନ୍ତି । କରୋନା ଆରମ୍ଭରୁ ଏବେ ଯାଏଁ , ସେ  ଅସୁବିଧାରେ ପଡିଥିବା ଲୋକଙ୍କୁ ଯାହାଯ୍ୟ କରି ଆସୁଛନ୍ତି । ସେ ତାଙ୍କର ଏହି ମହତ୍ କାମକୁ ଆଜି ଯାଏଁ ଜାରି ରଖିଛନ୍ତି । ଯେଉଁଥିପାଇଁ ଆଜି ସେ ଲୋକଙ୍କ ପାଖରେ  ବେଶ ଆଦରଣୀୟ ହୋଇ ପାରିଛନ୍ତି ।

ନିକଟରେ ସୋନୁ ସୁଦଙ୍କର ଏକ ହୃଦୟସ୍ପର୍ଶି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସୋନୁ ସୁଦଙ୍କ ପୋଷ୍ଟରରେ କ୍ଷୀର ଢଳାଯାଉଥିବା ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉକି, ଆନ୍ଧ୍ରପ୍ରଦେଶର ଶ୍ରୀକାଲାହସ୍ତୀରେ ଲୋକେ ସୋନୁ ସୁଦଙ୍କ ପୋଷ୍ଟରରେ କ୍ଷୀର ଢାଳି ତାଙ୍କୁ ଧନ୍ୟବାଦ୍ କହିଛନ୍ତି । ତାଙ୍କ ପୋଷ୍ଟରରେ ଭଗବାନଙ୍କ ଭଳି କ୍ଷୀର ଢାଳି ପୂଜା କରୁଛନ୍ତି । ଏପରି ଜଟିଳ ପରିସ୍ଥିତି ସମୟରେ ଯେତେବେଳେ ଲୋକଙ୍କ  ପାଖରେ ସଠିକ୍ ଭାବରେ ସରକାରଙ୍କ ସାହାଯ୍ୟ ପହଞ୍ଚିପାରୁ ନାହିଁ , ସେହି ସମୟରେ ସୋନୁ ସୁଦ୍  ଭଗବାନ ରୂପରେ ଏହି ଲୋକଙ୍କୁ ସାହା ହୋଇଛନ୍ତି ।

ସୋନୁ ସୁଦ୍ ନିଜେ ଏହି ଭିଡିଓକୁ ତାଙ୍କ ଟ୍ବିଟରରେ ପୋଷ୍ଟ କରି, ଲୋକମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ସୋନୁ ସୁଦ୍ ତାଙ୍କ ପ୍ରତି ଲୋକଙ୍କର ଏତେ ଭଲପାଇବା ଦେଖି ଭାବବିହ୍ବଳ ହୋଇପଡିଛନ୍ତି । ଏହି ଭିଡିଓଟି ଏବେ ଟ୍ବିଟରରେ ଟ୍ରେଣ୍ଡ କରିବାରେ ଲାଗିଛି ।