
ବାଲେଶ୍ବର ,୨୧/୦୫/୨୧ (ଜିଲ୍ଲା ଖବର) : ବାଲେଶ୍ବର ସହଦେବଖୁଣ୍ଟା ଥାନ ଅଧିନ ସାନ ଦହପଡା ଗ୍ରାମରେ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ। ୩ଜଣ ଗ୍ରାମବାସୀ ଗୁରୁତର ହୋଇଥିବା ବେଳେ ୪ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି। ଘଟଣା ଅନୁଯାଇ କଣ୍ଟାବାଙ୍କି ଗ୍ରାମର କିଛି ଯୁବକ ଅନଲାଇନରେ ଅର୍ଡର କରିଥିଲେ।
ହେଲେ ତାହା ବଦଳରେ ଅନ୍ୟଏକ ପାର୍ସଲ ଆସିଥିଲା ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଉଭୟ କଣ୍ଟାବଙ୍କି ଏବଂ ସାନଦହପଡା ଗ୍ରାମର ଯୁବକଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। ଏହି ସଙ୍ଘର୍ଷରେ ଦହପଡା ଗ୍ରାମର ୭ଜଣ ଗୁରୁତର ହୋଇଥିବା ବେଳେ ଜଣେ ମହିଳା ମଧ୍ୟ ଅଛନ୍ତି।



