Monday, November 16, 2026
Home ଆଞ୍ଚଳିକ ଏନକାଉଣ୍ଟରରେ ୧୩ ନକ୍ସଲ ନିହତ

ଏନକାଉଣ୍ଟରରେ ୧୩ ନକ୍ସଲ ନିହତ

8

ନୂଆଦିଲ୍ଲୀ, ୨୧/୦୫/୨୧ (ଜିଲ୍ଲା ଖବର) :  ମହାରାଷ୍ଟ୍ରର ଗାଡଚିରୋଲିରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି।ଯେଉଁଥିରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାନୁସାରେ, ମହାରାଷ୍ଟ୍ର ପୋଲିସର ସି -୬୦ ୟୁନିଟ୍ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଗାଡଚିରୋଲି ଡିଜି  ଏହି ସୂଚନା ଦେଇଛନ୍ତି।

ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବାରୁ ଆଗକୁ ଆହୁରି ନକ୍ସଲଙ୍କ ମୃତଦେହ ମିଳିବ ବୋଲି ଆଶା କରାଯାଉଛି। ୧୩ ନକ୍ସଲଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି। ଏବେ ସେମାନଙ୍କ ପରିଚୟ ଚିହ୍ନଟ କରିବା ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଏଟାପାଲ୍ଲୀ ଜଙ୍ଗଲ ନିକଟରେ ମାଓବାଦୀଙ୍କ ମେଳି କରିଥିବା ଖବର ମିଳିବା ପରେ ମହାରାଷ୍ଟ୍ର ପୁଲିସର ସି -୬୦ ୟୁନିଟ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଗୁଳିମାଡ଼ କରି ଖସି ଯିବାକୁ ଉଦ୍ୟମ କରିଥିଲେ। ହେଲେ ପୂରା ଅଞ୍ଚଳକୁ କର୍ଡନ କରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରେ ଅନେକ ନକ୍ସଲ ପ୍ରାଣ ହରାଇଥିବା କୁହାଯାଉଛି। ପ୍ରାଥମିକ ଅବସ୍ଥାରେ ୬ ଜଣଙ୍କ ମୃତଦେହ ମିଳିଥିଲା। ପରେ ଏହି ସଂଖ୍ୟା ୧୩କୁ ବୃଦ୍ଧି ପାଇଛି।