Monday, November 16, 2026
Home ଆଞ୍ଚଳିକ ଚିହ୍ନଟ ହେଲେ ୨ ଲକ୍ଷ ୫୯ ହଜାର ୫୯୧ ସଂକ୍ରମିତ

ଚିହ୍ନଟ ହେଲେ ୨ ଲକ୍ଷ ୫୯ ହଜାର ୫୯୧ ସଂକ୍ରମିତ

11

ନୂଆଦିଲ୍ଲୀ,୨୧/୦୫/୨୧ (ଜିଲ୍ଲା ଖବର) : କରେନାର ଦ୍ବିତୀୟ ଲହର  ଦେଶ ପାଇଁ ଘାତକ ସାଜିଛି। ଆଜି ଦେଶରେ ୨ ଲକ୍ଷ ୫୯ ହଜାର ୫୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ ୪୨୦୯ ଜଣଙ୍କ ମୁଣ୍ଡ ନେଇଛି କରୋନା। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୬୦ ଲକ୍ଷ ୩୧ ହଜାର ୯୯୧ରେ ପହଞ୍ଚିଛି। ସେହିପରି ୨ କୋଟି ୨୭ ଲକ୍ଷ ୧୨ ହଜାର ୭୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ଏଯାବତ ମୋଟ ୨ ଲକ୍ଷ ୯୧ ହଜାର ୩୩୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଦେଶ ଏବେ କୋଭିଡ୍‌ ମହାମାରୀର ଦ୍ବିତୀୟ ଲହର ସଂକ୍ରମଣ ସହ ଲଢ଼ୁଛି। ସଂକ୍ରମଣ ରୋକିବା ପାଇଁ ଅମ୍ଳଜାନ ଯୋଗାଣ ଓ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସୁବିଧା ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସେପଟେ ହସ୍‌ପିଟାଲରେ ଶଯ୍ୟା ସଂଖ୍ୟା ଓ ଆଇସିୟୁ ବେଡର ସଂଖ୍ୟା ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି।