
ବ୍ରହ୍ମପୁର,୨୧/୦୫/୨୧ (ଜିଲ୍ଲା ଖବର) : ବିବାହ ଭୋଜି ଚାଲୁଥିବା ବେଳେ ଚଢାଉ କଲା ପ୍ରଶାସନ । ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଳକ ବିକ୍ରମପୁର ଗାଁରେ ଏକ ବିବାହ ଭୋଜି ଚାଲୁଥିବା ବେଳେ, ପହଞ୍ଚିଲେ ପ୍ରାଶାସନିକ ଅଧିକାରୀ । ଗାଁ କୁନା ବେହେରାଙ୍କ ବିବାହ ଭୋଜିରେ ୫୦୦ ଲୋକଙ୍କ ପାଇଁ ଖାଦ୍ୟ ରନ୍ଧା ଯାଇଥିଲା । ଲୋକମାନେ ଭୋଜି ଖାଉଥିବା ସମୟରେ ତହସିଲଦାର ଓ ଥାନା ଅଧିକାରୀ ପହଞ୍ଚି ଭୋଜି ବନ୍ଦ କରିଥିଲେ । ଏହାସହ କୋଭିଡ କଟକଣା ଉଲଂଘନ କରିଥିବାରୁ ଆୟୋଜକଙ୍କଠାରୁ ୬ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ରନ୍ଧା ଯାଇଥିବା ଖାଦ୍ୟ ସାମଗ୍ରୀକୁ ନଷ୍ଟ ନ କରି ଗରିବ ଲୋକ ମାନଙ୍କୁ ବାଣ୍ଟିଦେବା ପାଇଁ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


