Thursday, November 12, 2026
Home ଆଞ୍ଚଳିକ ଆସୁଛି ବାତ୍ୟା, ନେଇପାରେ ଭୀଷଣ ରୂପ

ଆସୁଛି ବାତ୍ୟା, ନେଇପାରେ ଭୀଷଣ ରୂପ

14

ନୂଆଦିଲ୍ଲୀ,୨୧/୦୫/୨୧ (ଜିଲ୍ଲା ଖବର) :  ଆସୁଛି ବାତ୍ୟା। ନେଇପାରେ ଭୀଷଣ ରୂପ। ୨୬ ତାରିଖ ସକାଳେ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ପହଞ୍ଚିବ ୟଶ୍ ।  25 ତାରିଖରୁ ଆରମ୍ଭ ହୋଇଯିବ ବାତ୍ୟାର ପ୍ରଭାବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନର ବେଗ ମଧ୍ୟ ବଢ଼ିବ । ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏସ୍ଆରସି ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‍ କମିସନର ପ୍ରଦୀପ କୁମାର ଜେନା ବିଭିନ୍ନ ପର୍ଯ୍ୟାୟରେ ଏକାଧିକ ବୈଠକ କରିଛନ୍ତି। ବାତ୍ୟାରେ ପ୍ରଭାବିତ ହେବ ବୋଲି ଆକଳନ କରାଯାଉଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ମୟୂରଭଞ୍ଜ, ଯାଜପୁର, ନୟାଗଡ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲାଗୁଡିକର ଜିଲ୍ଲାପାଳ, ପୁଲିସ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଜରୁରିକାଳୀନ ଅଧିକାରୀ, ଜିଲ୍ଲା ଅଗ୍ନିଶମ ସେବା ଅଧିକାରୀଙ୍କ ସହ ପ୍ରାକ୍‍ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ବାତ୍ୟା ପାଇଁ ଏସବୁ ଜିଲ୍ଲା ଜୋରଦାର ପ୍ରସ୍ତୁତି ଲାଗି ଏସ୍‌ଆର୍‌ସି ନିର୍ଦେଶ ଦେଇଛନ୍ତି।