Wednesday, November 11, 2026
Home ଆଞ୍ଚଳିକ ରାଜ୍ୟରେ ଅସହ୍ୟ ତାତିକୁ ଗୁଳୁଗୁଳି

ରାଜ୍ୟରେ ଅସହ୍ୟ ତାତିକୁ ଗୁଳୁଗୁଳି

23

ଭୁବନେଶ୍ୱର,୨୧/୦୫/୨୧ (ଜିଲ୍ଲା ଖବର) : ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ସକାଳ ୬ଟାରୁ ଗୁଳୁଗୁଳି ଆରମ୍ଭ ହୋଇଯାଉଛି । ପ୍ରାୟ ୮ଟା ବେଳକୁ ପ୍ରଚଣ୍ଡ ଖରା ମାଡ଼ି ଆସି ଆହୁରି ଅସହ୍ୟ କରୁଛି। ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହୁଛି । ଏବେ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ଅଧିକ ରହୁଥିବାରୁ ସ୍ବାଭାବିକଠାରୁ ପ୍ରାୟ ୨ରୁ ୩ଡିଗ୍ରି ଅଧିକ ତାପମାତ୍ରା ଅନୁଭୂତ ହେଉଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଆଜିଠାରୁ ରାଜ୍ୟରେ କାଳବୈଶାଖୀ ସକ୍ରିୟ ହେଉଥିବାରୁ ଧୀରେଧୀରେ ଏଥିରୁ ମୁକ୍ତି ମିଳିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି