
୨୧/୦୫/୨୧ (ଜିଲ୍ଲା ଖବର) : ଭାରତୀୟ ବାୟୁସେନାର ମିଗ୍ -୨୧ ଯୁଦ୍ଧ ବିମାନ ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର ମୋଗା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନାନୁସାରେ, ଦୁର୍ଘଟଣା ସମୟରେ ବିମାନଟି ନିୟମିତ ତାଲିମ ଉଡ଼ାଣରେ ଥିବା ଭାରତୀୟ ବାୟୁସେନା ରିପୋର୍ଟ କରିଛି ।
ତେବେ ଦୁର୍ଘଟଣା ସମୟରେ ଏହା ମଧ୍ୟରେ କେତେ ଜଣ ପାଇଲଟ ଥିଲେ ଓ ସେମାନଙ୍କ ଅବସ୍ଥା ଏବେ କେମିତି ଅଛି, ସେକଥା ଜଣାପଡ଼ିନି। ବାୟୁସେନା କେବଳ ରୁଟିନ୍ ପ୍ରଶିକ୍ଷଣ କରୁଥିବା ବେଳେ ମିଗ୍ -୨୧ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା କହଛି।



