Home ଆଞ୍ଚଳିକ କୋଭିଡ ହସ୍ପିଟାଲରୁ ରୋଗୀ ନିଖୋଜ

କୋଭିଡ ହସ୍ପିଟାଲରୁ ରୋଗୀ ନିଖୋଜ

17

ନୟାଗଡ,୨୧/୦୫/୨୧ (ଜିଲ୍ଲା ଖବର) :  କୋଭିଡ ହସ୍ପିଟାଲରୁ ରୋଗୀ ନିଖୋଜ। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ବସନ୍ତ ମଞ୍ଜରି କୋଭିଡ ମେଡିକାଲରେ। ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁର ପ୍ରଦୀପ୍ତ ଶତପଥୀଙ୍କର ଦେହ ଅସୁସ୍ଥ ହେବାରୁ ପରିବାର ଲୋକ ବୁଧବାର ଚାନ୍ଦପୁର ସ୍ଥିତ କୋଭିଡ ଡାକ୍ତର ଖାନାରେ  ଆଡମିଟ କରାଇ ଥିଲେ ।

 ହେଲେ ଗୁରୁବାର ସ୍ବାମୀଙ୍କ ସ୍ବାସ୍ଥ୍ୟା ଅବସ୍ଥା ସମ୍ପର୍କରେ ଜାଣିବାକୁ ସ୍ତ୍ରୀ ମେଡିକାଲରେ ପହଞ୍ଚିଥିଲେ। ଅନେକ ସମୟ ଅପେକ୍ଷା କଲା ପରେ, ରୋଗୀ ହସ୍ପିଟାଲରେ ନଥିବା ଜଣିବାକୁ ପାଇଥିଲେ। । ଚିକିତ୍ସା ହେବାକୁ ଆସି କୋଭିଡ ହସ୍ପିଟାଲରୁ ରୋଗୀ ହଜିଯିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ସେପଟେ ନିଖୋଜ ରୋଗୀଙ୍କ ପତ୍ନୀ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।