
ସମ୍ୱଲପୁର, ୨୧/୦୫/୨୧ (ଜିଲ୍ଲା ଖବର) : ପଶ୍ଚିମ ଓଡ଼ିଶାରେ ଚିହ୍ନଟ ହେଲା ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ। ଚିହ୍ନଟ ରୋଗୀ ବରଗଡ଼ ଜିଲ୍ଲା ବରପାଲି ଅନ୍ତର୍ଗତ ବଜପଦର ଗ୍ରାମର ବୋଲି ଜଣାପଡିଛି । ରୋଗୀକୁ ବର୍ତ୍ତମାନ ବୁର୍ଲା ମେଡିକାଲର ଇଏନଟି ବିଭାଗରେ ଭର୍ତ୍ତି କରାଯାଇଛି ।
ରୋଗୀ ଜଣକ ପୂର୍ବରୁ କୋରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ନାକ ରେ ସମସ୍ୟା ସୃଷ୍ଟି ହୋଇଥିଲା । ଚିକିତ୍ସା ପାଇଁ ବୁର୍ଲା ଆଣିଥିଲେ ପରିବାର ଲୋକେ ତେବେ ବୁର୍ଲାରେ ଏହା ବ୍ଲାକ ଫଙ୍ଗସ ବୋଲି ଜଣାପଡିଛି। କରୋନା ପରେ କାଳ ହେଲାଣି ବ୍ଲାକଫଙ୍ଗସ ସଂକ୍ରମଣ । ଯାହାକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ।


