
ଭୁବନେଶ୍ୱର, ୨୧/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ ଆଉ ୧୨୫୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୭୦୧୨ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି ୫୫୧୧ ଜଣ ଆକ୍ରାନ୍ତ । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨ରେ ପହଁଚିଛି । ସମ୍ପ୍ରତି ୧ ଲକ୍ଷ ୯ ହଜାର ୪୩୮ ଜଣ ଚିକିତ୍ସିତ ହେଉଛନ୍ତି ।
ଅନୁଗୁଳରେ ୯୩୦, ବାଲେଶ୍ୱରରେ ୫୧୦, ବରଗଡ଼ରେ ୩୧୫, ଭଦ୍ରକରେ ୧୭୭, ବଲାଙ୍ଗୀରରେ ୨୯୬, ବୌଦ୍ଧରେ ୩୬୫, କଟକରେ ୧୦୮୪, ଦେବଗଡ଼ରେ ୧୦୬, ଢେଙ୍କାନାଳରେ ୧୩୨, ଗଜପତିରେ ୫୩, ଗଞ୍ଜାମରେ ୩୬୯, ଜଗତସିଂହପୁରରେ ୩୨୫, ଯାଜପୁରରେ ୪୧୯, ଝାରସୁଗୁଡ଼ାରେ ୩୭୩, କଳାହାଣ୍ଡିରେ ୪୯୧, କନ୍ଧମାଳରେ ୧୦୦, କେନ୍ଦ୍ରାପଡ଼ାରେ ୧୯୫, କେନ୍ଦୁଝରରେ ୨୩୨, ଖୋର୍ଦ୍ଧାରେ ୧୮୪୨, କୋରାପୁଟରେ ୨୩୩, ମାଲକାନାଗିରିରେ ୭୩, ମୟୂରଭଞ୍ଜରେ ୫୪୬, ନବରଙ୍ଗପୁରରେ ୩୮୩, ନୟାଗଡ଼ରେ ୩୧୫, ନୂଆପଡ଼ାରେ ୧୨୯, ପୁରୀରେ ୫୬୮, ରାୟଗଡାରେ ୩୨୧, ସମ୍ବଲପୁରରେ ୪୦୦, ସୋନପୁରରେ ୨୦୨, ସୁନ୍ଦରଗଡ଼ରେ ୭୧୫ ଓ ରାଜ୍ୟ ପୁଲରେ ୩୨୪ ଜଣ ଚିହ୍ନଟ ହୋଇଛନ୍ତି ।


