
ଭୁବନେଶ୍ୱର୨୦/୫(ଜିଲ୍ଲା ଖବର) : ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ନିହାଣ ମୁନର ସ୍ପର୍ଶ ପାଇ ପଥର ମୂର୍ତ୍ତି ଜୀବିତ ହୋଇ ଉଠୁଥିଲା । ଏହି ମହାନ ଶିଳ୍ପୀଙ୍କ ଗତ ୯ ତାରିଖରେ ମହାମାରୀ କରୋନାରେ ଦେହାନ୍ତ ହୋଇଥ ଥିଲା ତାଙ୍କର ଏକାଦଶାହ ଅନ୍ତ୍ୟେଷ୍ଟି କ୍ରିୟାର ଅବ୍ୟବହିତ ପୂର୍ବରୁ ସାନ ପୁତ୍ର ପ୍ରଶାନ୍ତ ଚାଲିଗଲେ ଆରପାରିକୁ। ପୁଣି ବାରରେ ବଡ ପୁଅର ଯଶୋବନ୍ତ ମହାପାତ୍ରଙ୍କ ମୃତ୍ୟୁ ଘଟିଛି।
ଓଃ.. କି ଦାରୁଣ ଦୁଃଖ । ନିୟତିର ଏ କି ନିଷ୍ଠୁର ନିଷ୍ପତ୍ତି । ଆଗ ପଛ ହୋଇ ମହାମାରୀରେ ଚାଲିଗଲେ ବାପା ଓ ୨ ପୁୃଅ । ଯଶୋବନ୍ତ ମଧ୍ୟ ଗୁରୁତର ଅସୁସ୍ଥ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଉଥିଲେ । ଆଜି ମଧ୍ୟାହ୍ନରେ ତାଙ୍କର ଦେହାନ୍ତ ହୋଇଛି।
ରିପୋର୍ଟ ସଞ୍ଜୀବ କୁମାର ।


