Thursday, October 15, 2026
Home ଆଞ୍ଚଳିକ ବଡଖୋଲି ପଚାଂୟତରେ ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ

ବଡଖୋଲି ପଚାଂୟତରେ ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ

36

ଆସିକା,୧୭/୧୦ (ଜ଼ିଲ୍ଲାଖବର/ଖିରୋଦ ଚନ୍ଦ୍ର ବେହେରା) : ଆସିକା ବ୍ଲକ ବଡଖୋଲି ପଚାଂୟତରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ପଚାଂୟତ ସଭା ଗୃହ ଠାରେ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ମଞ୍ଜୁଳା ସ୍ୱାଇଁ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲୀକ, ବ୍ଲକ ଉପାଧ୍ୟକ୍ଷା ସୁଜାତା ସ୍ୱାଇଁ, ଆସିକା ବିଡିଓ ସତ୍ୟସୁନ୍ଦର ରାଉତ, ଆସିକା ଭାରପ୍ରାପ୍ତ ତହସିଲଦାର ଆଶୁତୋଷ ଗୈାରବ କର, ବଡଖୋଲି ସରପଚଂ ଭାଗ୍ୟଲତା ବିଷୋୟୀ, ସମିତିସଭ୍ୟା ଲିଳାବତୀ ସ୍ୱାଇଁ, ସରକାରୀ ଓକିଲ ଦ୍ୱାରିକା ନାଥ ପରିଡା, ଆଇନଜୀବୀ ପ୍ରଭାତ କୁମାର ପାଢୀ, ପାଣ୍ଡିଆ ପଥର ସରପଚଂ ନିଳାଚଂଳ ଗୈାଡ, ସରପଚଂ ପ୍ରତିନିଧି ରବିନ୍ଦ୍ର ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହି ଅବସରରେ ଉପସ୍ଥିତ ଅତିଥି ମାନେ ରାଜ୍ୟ ସରକାରଙ୍କ ବହୁ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ବହୁ ଜନହିତକର ଯୋଜନା କିପରି ଲୋକଙ୍କ ନିକଟତର ହେବ ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ମୁଖ୍ୟତଃ ସରକାରଙ୍କ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମରେ ଲୋକେ ଖୋଦ ନିଜ ପଚଂୟତାରେ ତହସିଲର ସମସ୍ତ ସୁବିଧା ସୁଯୋଗ ସିଧାସଳଖ ପାଇପାରିବେ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ମତ ପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମାରେ ମୋଟ ୧୯୦ ଟି ରେଜିଷ୍ଟେ୍ରସନ ହୋଇଥିବା ବେଳେ ମୁ୍ୟଟେସନରେ ୯୫ଟି, ଓଏଲଆର ୨ଟି, ୧୯(୧)ରେ ୪ଟି, ବସୁନ୍ଧରାରେ ୫ଟି, ଜି.କେ.ପି ରେ ୧୪ଟି, ମିସ ସାର୍ଟିଫିକେଟରେ ୩୧ଟି, ଏକ୍ସ ଗ୍ରାସିଆ ରେ ୧ଟି, ଜବର ଦଖଲରେ ୧୪ଟି, ଗ୍ରିଏଭାନ୍ସରେ ୨ଟି ପ୍ରମୁଖ ଦରଖାସ୍ତ ଗ୍ରହଣ ରାଯାଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ମୁ୍ୟଟେସନରେ ୨୦ଟି, ଗ୍ରିଏଭାନ୍ସ ଫଇସଲାରେ ୨ଟି, ମିସ ସାର୍ଟିଫିକେଟ ୩୧ଟି, ଆର.ଓ.ଆର ଡିଷ୍ଟ୍ରିବୁସନରେ ୨୩ ପ୍ରମୁଖ ଦରଖାସ୍ତ ଫଇସଲା ହୋଇଥିଲା । ଏହା ସହିତ ଏକ୍ସଗ୍ରାସିଆରେ ହରିଶ ଚନ୍ଦ୍ର ଦଳେଇଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଭେନୁ୍ୟ ସୁପରଭାଇଜର ବୈଦ୍ୟନାଥ ଗୈାଡ, ରେଭେନୁ୍ୟ ସୁପରଭାଇଜର କିଶୋର ଚନ୍ଦ୍ର ମହାରଣା, ନାଜିର ଜୟରାମ ସାହୁ ସମେତ ସନ୍ତୋଷ କୁମାର ନାୟକ, ଚିନ୍ତାମଣି ମଲ୍ଲୀକ, ଯୁଗୋଳ କିଶୋର ବେହେରା , ଧୀରେନ କୁମାର ପଣ୍ଡା, ଜୟନ୍ତି ପ୍ରଧାନ, ଏନ.ଏରେନା ପାତ୍ର, ଏ.ମହେଶ୍ୱର ରାଓ ସାଙ୍ଗକୁ ଆର.ରାଜା ରାଓ ଦୋରା ପ୍ରମୁଖ କାର୍ଯ୍ୟକ୍ରମ ଯୋଗ ଦେଇ ପରିଚାଳନାରେ ସହ ଯୋଗ କରିଥିଲେ ।