Wednesday, November 18, 2026
Home ଆଞ୍ଚଳିକ ବେଲଗୁଣ୍ଠା 29651 ଜଣଙ୍କ ଟୀକାକରଣ

ବେଲଗୁଣ୍ଠା 29651 ଜଣଙ୍କ ଟୀକାକରଣ

13

ବେଲଗୁଣ୍ଠା,୨୦/୫(ଜିଲ୍ଲା ଖବର) : କରୋନା ସଂକ୍ରମଣର ବର୍ଦ୍ଧିତ ହାରକୁ ଦୃଷ୍ଟିରେ ରଖି ସରକାର ଟୀକାକରଣ କୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ।ଏହି ଅବସରରେ ବେଲଗୁଣ୍ଠା ଏନ୍.ଏ.ସି ଓ ବ୍ଳକ୍ ରେ ଆଜି ପର୍ଯ୍ୟନ୍ତ ସମୁଦାୟ 29651 ଜଣ ଟୀକା ନେଇଥିବା ନେଇ ବେଲଗୁଣ୍ଠା ଓ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ବାଲୁଙ୍କେଶ୍ୱର ଷଢଙ୍ଗି ସୁଚନା ଦେଇଛନ୍ତି ।ବେଲଗୁଣ୍ଠା ଏନ୍.ଏ.ସି ଓ ବ୍ଲକରେ ଟୀକାକରଣ ପାଇଁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବସ୍ଥା ହୋଇଅଛି ।ବିଭିନ୍ନ ବର୍ଗର ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରୁ 738ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ 7୦4ଜଣ ଦ୍ୱିତୀୟ ଡୋଜ୍ ନେଇସାରିଛନ୍ତି ।ସେହିପରି ପ୍ରଥମ ଧାଡି କରୋନା ଯୋଦ୍ଧା ମାନଙ୍କ ମଧ୍ୟରୁ 756 ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ 504 ଜଣଙ୍କ ଦ୍ୱିତୀୟ ଥର ଟୀକାକରଣ ହୋଇସାରିଛି ।ସେହିପରି 45 ବର୍ଷରୁ ଉର୍ଦ୍ଧ୍ବ 13034ଜଣଙ୍କ ପ୍ରଥମ ଡୋଜ୍ ଟୀକାକରଣ ହୋଇଥିବା ବେଳେ 827 ଜଣଙ୍କ ଦ୍ୱିତୀୟ ଡୋଜ୍ ଟୀକା ପାଇଥିବା ଜଣାପଡିଛି ।ବେଲଗୁଣ୍ଠା ଅଞ୍ଚଳରେ 45 ବର୍ଷରୁ ଉର୍ଦ୍ଧ୍ବ 34486 ଜଣ 45 ବର୍ଷରୁ ଉର୍ଦ୍ଧ୍ବ ଟୀକାଦାନ ପାଇଁ ଯୋଜନା ଅଛି ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜଣାପଡିଛି ।ସେହିପରି 10012ଜଣ 60ବର୍ଷରୁ ଉର୍ଦ୍ଧ୍ବ ଏବଂ ବରିଷ୍ଠ ନାଗରିକ ପ୍ରଥମ ଡୋଜ୍ ଟୀକ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ 3378ଜଣ ଦ୍ୱିତୀୟ ଡୋଜ୍ ପାଇଥିବା ଜଣାପଡିଛି ।ଏହିପରି ଭାବରେ ସମୁଦାୟ 29651 ଟୀକାକରଣ ହୋଇଥିବା ସୂଚନା ମିଳିଛି ।ବର୍ତ୍ତମାନ ଟୀକା ନ ଥିବାରୁ ଟୀକାକରଣ ବନ୍ଦ ରହିଥିବା ବେଳେ ଟୀକାଦାନ ଆରମ୍ଭ ହେଲେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୁଚନା ଦିଆଯିବ ବୋଲି ଅଧିକ୍ଷକ ଡାକ୍ତର ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।

ରିପୋର୍ଟ-ଶିବରାମ ଚୌଧୁରୀ