Wednesday, November 11, 2026
Home ଆଞ୍ଚଳିକ ଅସହାୟ ମହିଳାଙ୍କୁ ଏକ ଭଙ୍ଗାଘରୁ ଉଦ୍ଧାର କଲା ଆସିକା ପୁଲିସ

ଅସହାୟ ମହିଳାଙ୍କୁ ଏକ ଭଙ୍ଗାଘରୁ ଉଦ୍ଧାର କଲା ଆସିକା ପୁଲିସ

288

ଆସିକା,୨୦/୫(ଜିଲ୍ଲା ଖବର) : ଚିନିଶିଳ୍ପ ନୁଆଁଗା ଠାରେ ଏକ ଭଙ୍ଗାଘରେ ଅସହାୟ ଅବସ୍ଥାରେ ପଡିଥିବା ଏକ ମହିଳାଙ୍କୁ ସ୍ଥାନୀୟ ପୁଲିସ୍ ପ୍ରଶାସନ ଉଦ୍ଧାର କରିଛି।ଆସିକା ସିଡିପିଓ ଭାରତୀ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ ଘଟଣା ସ୍ଥଳରେ ପହଁଞ୍ଚିଥିଲେ।ଗ୍ରାମର ଦୁଇ ଜଣ ବ୍ୟକ୍ତି ମହମ୍ମଦ ହମିଦ ଓ ରାମକ୍ରୀଷ୍ଣା ପାତ୍ର ସହଯୋଗ ରେ ପ୍ରଶାସନକୁ ଜଣାଇଥିଲେ। ତତପରେ ପୋଲିସ ବିଭାଗ କୁ ଜଣାଇ ଥିଲେ ,ସିଡିପିଓ ଭାରତୀ ମହାପାତ୍ର।ଦୀର୍ଘଦୀନ ଧରି ଭିକମାଗି ଚଳୁଥିଲେ ଉକ୍ତ ମହିଳା।ଶରୀର ସମ୍ପୁର୍ଣ୍ଣ ଦୁର୍ବଳ ଥିବା ଜଣାପଡିଛି।ଯଥାଶୀଘ୍ର ସ୍ବାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ସ୍ଥାନୀୟ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା।ସୂଚନାଯୋଗ୍ୟ ଯେ ମହିଳା ଜଣକ ଆସିକା ବ୍ଳକ ପାଣ୍ଡିଆପଥର ପଞ୍ଚାୟତ ଅନ୍ତର୍ଗତ ବଜ୍ରକୋଟ ଗ୍ରାମର ବୋଲି ଜଣାପଡିଛି।ଦୀର୍ଘ କୋଡିଏ ବର୍ଷ ଧରି ଆସିକା ଅଞ୍ଚଳରେ ଭିକ୍ଷାବୃତ୍ତି କରି ଚଳି ଆସୁଥିଲେ ମହିଳା ଜଣକ।ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସହ ଯୋଗାଯୋଗ କରି ସିଡିପିଓ ଭାରତୀ ମହାପାତ୍ର ଉକ୍ତ ମହିଳାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ।