
ଭୁବନେଶ୍ୱର, ୨୦/୦୫/୨୧ (ଜିଲ୍ଲା ଖବର) : ସ୍ୱାସ୍ଥ୍ୟବସ୍ଥାର ନଗ୍ନ ଚିତ୍ର । ରାସ୍ତା ଉପରେ ନେଲେ ଅକ୍ସିଜେନ । ଲୋକଙ୍କୁ କୋଭିଡର ଉତ୍ତମ ଚିକିତ୍ସା ଯୋଗାଉଥିବା କହି ଡିଣ୍ଡିମ ପିଟୁ ଥିବା ରାଜ୍ୟ ସରକାର କେମିତି ଚିକିତ୍ସା ଦେଉଛନ୍ତି ତାହା ଏ ଚିତ୍ର ରୁ ବାରି ହୋଇପଡୁଛି ।
ସୂଚନାନୁଯାୟୀ, ସ୍ୱାସ୍ଥ୍ୟ ଖରାପ ହେବାରୁ ନିରାକରପୁରରୁ ଭୁବନେଶ୍ୱର ଆସିଥିଲେ ୬୫ ବର୍ଷୀୟ ପଠାଣି ଜେନା । କିନ୍ତୁ ଡାକ୍ତରଖାନାରେ ମିଳିଲାନି ଏଣ୍ଟ୍ରି । କ୍ୟାପିଟାଲ ହସ୍ପିଟାଲ ଗଲେ କିନ୍ତୁ ନିରାଶ ହେଲେ । କୋଭିଡ ପରୀକ୍ଷା ହୋଇନଥିବାରୁ ଡାକ୍ତରଖାନା ଗୁଡିକ ଫେରାଇ ଦେଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଧୀରେ ଧୀରେ ପଠାଣି ଜେନାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଅକ୍ସିଜନ ଲେଭଲ ୭୦ରେ ପହଞ୍ଚି ଯାଇଥିଲା । କିନ୍ତୁ ଦେବଦୂତ ସାଜିଲେ ଶିଖ୍ ଏଡର ସତବୀର । ଶିଖ୍ ଏଡ ର ସହାୟତାରେ ଗାଡି ଭିତରେ ଲାଗିଲା ଅକ୍ସିଜନ । ଅକ୍ସିଜନ ସିଲିଣ୍ଡର ଲାଗିବାର କିଛି ମୂହୁର୍ତ୍ତ ପରେ ଅକ୍ସିଜନ ଲେଭଲ୍ ବଢିଥିବା ସୂଚନା ରହିଛି ।


